ସ୍କୁଲରେ ଆଖିବୁଜା ଗୁଳିମାଡ଼ କଲା ୧୫ ବର୍ଷୀୟ ଛାତ୍ର, ୩ ଶିକ୍ଷାର୍ଥୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ସ୍କୁଲରେ ଆଖିବୁଜା ଗୁଳିମାଡ଼ କଲା ୧୫ ବର୍ଷୀୟ ଛାତ୍ର, ୩ ଶିକ୍ଷାର୍ଥୀ ମୃତ

ୱାଶିଂଟନ: ଆମେରିକାର ମିଚଗାନରେ ଥିବା ଗୋଟିଏ ଉଚ୍ଚ ବିଦ୍ୟାଳୟରେ ଜଣେ ୧୫ ବର୍ଷୀୟ ଛାତ୍ର ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଜଣ ଶିକ୍ଷାର୍ଥୀ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ୧୫ ବର୍ଷୀୟ ଛାତ୍ର ଜଣଙ୍କ ସେମି ଅଟୋମେଟିକ ହ୍ୟାଣ୍ଡଗନରୁ ହିଁ ଏପରି ଗୁଳିମାଡ଼ କରିଛି।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ଗୁଳିମାଡ଼ କରିଥିବା ଛାତ୍ରଙ୍କୁ ନିଜ ହେପାଜତକୁ ନେଇଛି। ଆହତଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିବା ଅକ୍ସଫୋର୍ଡ ହାଇ ସ୍କୁଲର ଜଣେ ଶିକ୍ଷକ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୨ ଜଣ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ୨ ଛାତ୍ରୀଙ୍କ ବୟସ ୧୭ ଓ ୧୪ ବର୍ଷ। ପୁଲିସ୍‌ କହିଛି ଯେ ୧୫ ବର୍ଷୀୟ ଛାତ୍ର ଜଣଙ୍କ ନିଜ ସହ ସ୍କୁଲକୁ ବନ୍ଧୁକ ନେଇ ଆସିଥିଲା। ଏହାପରେ ସେ ସମସ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲା।

ପ୍ରାୟ ୧୫ରୁ ୨୦ ରାଉଣ୍ଡ ଗୁଳି ମାଡ଼ ପରେ ସେ ଆପେଆପେ ପୁଲିସ୍‌ ହାତରେ ବିନା କୌଣସି ବାଧାରେ ଧରା ଦେଇଥିଲା। ପୂରା ଘଟଣା ୫ ମିନିଟ୍ ମଧ୍ୟରେ ହିଁ ଘଟିଛି। ଜଣେ ଛାତ୍ରୀ କହିଛନ୍ତି, ଆମେ ସମସ୍ତେ କେମେଷ୍ଟ୍ରୀ କ୍ଲାସରେ ଥିବା ବେଳେ ହଠାତ୍ କାଚ ଭାଙ୍ଗିବାର ଶବ୍ଦ ଶୁଣିବାକୁ ମିଳିଲା।

ଏହି ସମୟରେ ଜଣେ ଶିକ୍ଷକ ଚିତ୍କାର କରି ଦୌଡ଼ି ଆସିଥିଲେ। ଏହାପରେ ସେ ଟେବୁଲକୁ ବ୍ୟାରିକେଡ୍‌ ଭଳି ଠେଲିବାକୁ ଲାଗିଥିଲେ। ଆମେ ମଧ୍ୟ ବ୍ୟାରିକେଡ୍‌ ଶିଖିଥିବାରୁ ଟେବୁଲକୁ ଠେଲିବାକୁ ଲାଗିଥିଲୁ। ଟେବୁଲ ପଛରେ ଆମେ ଲୁଚିବା ସହ ସୁଯୋଗ ଦେଖି ବାହାରକୁ ଆସିଥିଲୁ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି।

ପୁଲିସ୍ ଉକ୍ତ ୧୫ ବର୍ଷୀୟ ଛାତ୍ରଙ୍କୁ ଗୁଳିମାଡ଼ର କାରଣ ପଚାରିଥିଲେ ମଧ୍ୟ ସେ କିଛି ବି କହିନାହିଁ। ସେ କେବଳ ତା’ ଓକିଲ ସହ କଥା ହେବାକୁ ଚାହୁଁଥିବା ପୁଲିସକୁ କହିଛି।

The post ସ୍କୁଲରେ ଆଖିବୁଜା ଗୁଳିମାଡ଼ କଲା ୧୫ ବର୍ଷୀୟ ଛାତ୍ର, ୩ ଶିକ୍ଷାର୍ଥୀ ମୃତ appeared first on Odisha Reporter.



from Odisha Reporter https://ift.tt/3phwtU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages