ପୁଲିସ୍‌କୁ ନାକେଦମ କରୁଥିଲେ, ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ପୁଲିସ୍‌କୁ ନାକେଦମ କରୁଥିଲେ, ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର

ଭଦ୍ରକ(ପାର୍ଥ ସାରଥୀ ନାୟକ): ଆଜି ସକାଳୁ ସକାଳୁ ଭଦ୍ରକ ଜିଲ୍ଲାର ବରପଦା ନିକଟରେ ପୁଲିସ୍‌ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି। ସେମାନେ ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ପୁଲିସ୍‌କୁ ଦୀର୍ଘ ଦିନ ହେଲା ନାକେଦମ କରି ଆସୁଥିଲେ। ସେମାନଙ୍କୁ ଧରିବାକୁ ଜାଲ ବିଛାଇ ଆଜି ସକାଳୁ ସକାଳୁ ପୁଲିସ୍‌ ସେମାନେ ରହୁଥିବା ଘରକୁ ଚାରିପଟୁ ନାକାବନ୍ଦୀ କରି ଏନକାଉଣ୍ଟର କରିଥିଲା। ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ୪  ଜଣଙ୍କୁ ଅଟକ ରଖିଛି ପୁଲିସ୍‌।

ଏନକାଉଣ୍ଟରର ଶିକାର ହୋଇଥିବା ୨ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ । ସେମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ରେଫର କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀଙ୍କ ସମେତ ୨ ଜଣ ଆହତ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗରେ ୬ ଜଣ ସଦସ୍ୟ ଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲେ। ପୂର୍ବରୁ ଘର ଭଡ଼ା ନେବା ବାହାନାରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ଏକ ମେଡିସିନ ଷ୍ଟୋରରୁ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଥିବା ବେଳେ ବହୁ ହାଇୱେ ଲୁଟ୍‌ରେ  ବି ଏହି ଗ୍ୟାଙ୍ଗର ସଦସ୍ୟ ସମ୍ପୃକ୍ତ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ପୂର୍ବରୁ ପୁଲିସ୍‌ ଏହି ଗ୍ରୁପ୍‌ ଉପରେ ନଜର ରଖିଥିବା ବେଳେ ସେମାନେ ବରପଦାରେ ଘର ଭଡ଼ା ନେଇ ରହୁଥିବା ଜାଣିବାକୁ ପାଇଥିଲା। ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଭୋରୁ ଭୋରୁ ବରପଦା ପୁଲିସ୍‌ ଟିମ୍‌ ପହଞ୍ଚି ଘରକୁ ଚାରି ପଟୁ ଘେରି ଯାଇଥିଲେ। ଏହାପରେ ଦୁର୍ବୃତ୍ତଙ୍କ ଉପରକୁ ଆକ୍ରମଣ କରିବାରୁ ସେମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳ ଋଣକ୍ଷେତ୍ରରେ ପରିଣତ ହୋଇ ଯାଇଥିଲା।

ପୁଲିସ୍‌ ଆକ୍ରମଣରେ ୨ ଦୁର୍ବୃତ୍ତ ଗୁରୁତର ହୋଇଥିବା ବେଳେ ୪ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୁଲିସ୍‌। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା ଓ ପୁଲିସ୍‌ କର୍ମୀ ଶ୍ରୀକାନ୍ତ ନାୟକ ଆହତ ହୋଇଛନ୍ତି। ଏହି ଦୁର୍ବୃତ୍ତମାନେ ରହୁଥିବା ଘରୁ ମ୍ୟାଗାଜିନ, ବନ୍ଧୁକ, ଗୁଳି, ଖଣ୍ଡା ଜବତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଲୋଡ୍‌ ବେଳେ  ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଲୁଟ୍‌ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତଙ୍କ ସମ୍ପୃକ୍ତ ଥିବା ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ସେମାନଙ୍କୁ ଧରିବାକୁ ଅପରେସନ ଆରମ୍ଭ କରିଥିଲା।

The post ପୁଲିସ୍‌କୁ ନାକେଦମ କରୁଥିଲେ, ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର appeared first on Odisha Reporter.



from Odisha Reporter https://ift.tt/31hdAbu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages