ପାର୍ବଣ ପରେ ପୁଣି ମୁଣ୍ଡ ଟେକୁଛି କି ମହାମାରୀ କରୋନା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ପାର୍ବଣ ପରେ ପୁଣି ମୁଣ୍ଡ ଟେକୁଛି କି ମହାମାରୀ କରୋନା?

ଭୋପାଳ: ତଳ ମୁହାଁ ହୋଇଥିବା ମହାମାରୀ କରୋନା ଭାଇରସ ପୁଣିଥରେ ତା’ର ତାଉ ଦେଖାଇବା ଆରମ୍ଭ କରିଛି କି? ପାର୍ବଣ ଛୁଟିରେ ମସଗୁଲ ରହିଥିବା ଲୋକମାନେ ଏବେ ଏହି ଭାଇରସର ପଞ୍ଝାରେ ପଡ଼ିଆ ଆରମ୍ଭ କରିଛନ୍ତି କି? ଏମିତି ଅନେକ ପ୍ରଶ୍ନ ଭିତରେ ମଧ୍ୟପ୍ରଦେଶରୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସୁଛି।

ପ୍ରଥମେ କେରଳରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ଏବେ ମଧ୍ୟପ୍ରଦେଶରେ ସମାନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଗତ ୧୫ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ଶେଷ ୩ ଦିନରେ ୩୦% ଆକ୍ରାନ୍ତ ରହିଛନ୍ତି। ଏହାର ଅର୍ଥ ଧୀରେଧୀରେ ମଧ୍ୟପ୍ରଦେଶରେ ପୁଣିଥରେ କରୋନା ଭାଇରସ ତା’ର କାୟା ବିସ୍ତାର କରୁଥିବା ଆଶଙ୍କା ସୃଷ୍ଟି ହୋଇଛି।

ନଭେମ୍ବର ୭ରୁ ନଭେମ୍ବର ୨୨ ମଧ୍ୟରେ ରାଜ୍ୟରୁ ୧୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୩୭ କେସ୍ ମଧ୍ୟରୁ ନଭେମ୍ବର ୨୦ରୁ ୨୨ ମଧ୍ୟରେ ୪୧ ଜଣ ବା ୨୯%ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ୧୫ ଦିନ ତଳରେ ଯେଉଁ ୩ ଜିଲ୍ଲାରେ କୌଣସି ସକ୍ରିୟ ରୋଗୀ ନଥିଲେ ଏବେ ସେଠାରେ ଅତିକମରେ ଜଣେ ଆକ୍ରାନ୍ତ ରହିଛନ୍ତି। ଦାମୋହରେ କୌଣସି ସକ୍ରିୟ ରୋଗୀ ନଥିଲେ। ହେଲେ ଏବେ ସେଠାରେ ୧୧ ଜଣ କରୋନା ରୋଗୀ ରହିଛନ୍ତି।

ଏମାନେ ସମସ୍ତେ ନଭେମ୍ବର ୨୦,୨୧ ଓ ୨୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଶାହଡୋଲରେ ମଧ୍ୟ କୌଣସି ସକ୍ରିୟ ରୋଗୀ ନଥିଲେ। କିନ୍ତୁ ନଭେମ୍ବର ୨୧ରେ ଏଠାରେ ୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜଟିଭ ଆସିଛି। ନଭେମ୍ବର ୧୯ରେ ବରୱାନି ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଭୋପାଲରେ ୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଇନ୍ଦୋରରେ ୪୪ ଜଣ ଓ ଜବଲପୁର ଏବଂ ଦାମୋହରେ ୧୧ ଜଣ ଲେଖାଏ ବ୍ୟକ୍ତି ମହାମାରୀ ପଞ୍ଝାରେ ପଡ଼ିଛନ୍ତି।

The post ପାର୍ବଣ ପରେ ପୁଣି ମୁଣ୍ଡ ଟେକୁଛି କି ମହାମାରୀ କରୋନା? appeared first on Odisha Reporter.



from Odisha Reporter https://ift.tt/3HRp1aU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages