ନୂଆଦିଲ୍ଲୀ: ଲୋକମାନେ ଏବେ ଗାଁ ଛାଡି ସହର ମୁହାଁ ହୋଇଛନ୍ତି। କାରଣ ରୋଜଗାର କରିବା ପାଇଁ ସହର ହେଉଛି ପ୍ରମୁଖ ସ୍ଥାନ। କିନ୍ତୁ ସହର ଚାକଚକ୍ୟରେ ରହିବାକୁ ଆସି ଅନେକ ସେଭଳି ରୋଜଗାର କରିପାରନ୍ତି ନାହିଁ । ତେଣୁ ବାଧ୍ୟ ହୋଇ ଦୁଃଖେ ସୁଖେ ସହରରେ ରହି କାମ କରିବାକୁ ପସନ୍ଦ କରନ୍ତି। ଯାହାର ପରିଣାମ ଏବେ ଭୟଙ୍କର ହୋଇଛି।
ଗତ ଶୁକ୍ରବାର ଆଜମି ପ୍ରେମ ୟୁନିଭରସିଟି ଏବଂ ୧୭ଟି ଏନଜିଓ କମ୍ପାନୀ ମିଳିତ ଭାବରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଯେଉଁଥିରୁ ଜଣାପଡିଛି ଦେଶର ସହରାଂଚଳରେ ରହୁଥିବା ଗରିବ ଲୋକଙ୍କ ଆୟୁଷ ଧନୀଙ୍କ ତୁଳନାରେ ୯ ବର୍ଷ କମ୍ ରହୁଛି। ପୁରୁଷଙ୍କ କ୍ଷେତ୍ରରେ ଏହା ୯ ବର୍ଷ ରହିଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୬ ବର୍ଷ ରହିଛି। ଏହି ରିପୋର୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନେ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି। କେନ୍ଦ୍ର ପାଖରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ସ୍ୱାସ୍ଥ୍ୟ ଉପରେ କାମ କରୁଛନ୍ତି। ହେଲେ ଏହାର ଫଳ କିନ୍ତୁ କିଛି ଅଲଗା ରହିଛି।
ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଏବଂ ୧୭ ଏନଜିଓର ମିଳିତ ଉଦ୍ୟମରେ ହୋଇଥିବା ରିପୋର୍ଟର ନାଁ ରହିଛି ‘Health Care Equity in Urban India’ । ଗତ ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଦେଶରେ ଏବେ ସହରରେ ରହିବା ପାଇଁ ଲୋକଙ୍କ ସଂଖ୍ୟା ବଢି ଚାଲିଛି । ଭାରତର ଏକ ତୃତୀୟାଂଶ ଲୋକ ବର୍ତ୍ତମାନ ସହରାଞ୍ଚଳରେ ବସବାସ କରୁଛନ୍ତି। ଏହି ସହରୀ ଗରିବ ଶ୍ରେଣୀରେ ୧୯୮୦ରେ ୧୮% ୨୦୦୧ରେ ୨୮.୫୩% ଏବଂ ୨୦୧୯ରେ ୩୪% ରହୁଥିବା ସୂଚନା ରହିଛି। ସହରାଞ୍ଚଳରେ ରହୁଥିବା ପ୍ରାୟ ୩୦% ଲୋକ ଏବେ ଗରିବ ଶ୍ରେଣୀରେ ରହିଛନ୍ତି।
ମୁମ୍ବାଇ, ବେଙ୍ଗାଲୁରୁ, ସୁରଟ, ଲକ୍ଷ୍ନୌ, ଗୌହାଟି, ରାଞ୍ଚି ଏବଂ ଦିଲ୍ଲୀର ସହର ତଥା ନାଗରିକ ସମାଜ ସଂଗଠନ ସହିତ ଆଲୋଚନା କରି ଏହି ତଥ୍ୟ ସଂଗୃହୀତ ହୋଇଛି। ଏଥିରେ ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ (NHFS), ଭାରତର ଜନଗଣନା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣ ଉପରେ ରାଜ୍ୟ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତାମତକୁ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ରହିଛି।
ଗରିବଙ୍କ ଉପରେ ରୋଗର ବୋଝ ରହିଥିବା ସୂଚନା ରହିଛି। ଏହି ରିପୋର୍ଟରେ ଏକ ବିଶୃଙ୍ଖଳିତ ସହରାଞ୍ଚଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଦର୍ଶାଯାଇଛି । ଏହି ରିପୋର୍ଟ ଜରିଆରେ ଶାସନ ବ୍ୟବସ୍ଥାକୁ ମଜବୁତ କରିବାକୁ କୁହାଯାଇଛି। ବିଶେଷ କରି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ମଜବୁତ କରିବା ଏବଂ ଗରିବଙ୍କ ଆର୍ଥିକ ବୋଝ କାମ କରାଇବାକୁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
ସେହିପରି ବିଭିନ୍ନ ରାଜ୍ୟରେ ଥିବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା କମିଥିବା ଜଣାପଡିଛି । ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ୫୦ ପ୍ରତିଶତ ସରକାରୀ ସ୍ୱାସ୍ଥ୍ୟ ସେବା ହ୍ରାସ ପାଇଥିବା ଜଣାପଡିଛି। ଯେଉଁଥିରେ ଓଡିଶା ମଧ୍ୟ ରହିଛି। ସର୍ବାଧିକ ପ୍ରଭାବିତ ସ୍ଥାନ ମଧ୍ୟରେ ଲଦାଖ ରହିଥିବା ବେଳେ ଏହା ତଳକୁ କେରଳ ୭୦ ପ୍ରତିଶତ, ଉତ୍ତରାଖଣ୍ଡ ଓ ଗୁଜରାଟ ୫୨ ପ୍ରତିଶତ, ଓଡ଼ିଶା ୪୭%, ତାମିଲନାଡୁ ୪୨%, ଜମ୍ମୁ କଶ୍ନୀର ୩୮%, ଆନ୍ଧ୍ର ପ୍ରଦେଶ ୩୪%, ରାଜସ୍ଥାନ ୭ ପ୍ରତିଶତ ରହିଛି।
The post ସହରୀ ଧନୀଙ୍କ ତୁଳନାରେ ଗରିବଙ୍କ ଆୟୁଷ କମ୍ appeared first on Odisha Reporter.
from Odisha Reporter https://ift.tt/3l3A9HM
No comments:
Post a Comment