ଇତିହାସ ରଚିଲେ ହାରିସ; ଦେଢ ଘଣ୍ଟା ପାଇଁ ତୁଲାଇଲେ ରାଷ୍ଟ୍ରପତି ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ଇତିହାସ ରଚିଲେ ହାରିସ; ଦେଢ ଘଣ୍ଟା ପାଇଁ ତୁଲାଇଲେ ରାଷ୍ଟ୍ରପତି ଦାୟିତ୍ୱ

ୱାଶିଂଟନ: ଇତିହାସ ରଚିଲେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ । ପ୍ରଥମ ଦକ୍ଷିଣ ଏସିୟ ବଂଶୋଭବ ତଥା ପ୍ରଥମ ମହିଳା ଭାବେ ୧ ଘଣ୍ଟା ୨୫ ମିନିଟ୍‌ ପାଇଁ ତୁଲାଇଲେ ରାଷ୍ଟ୍ରପତି ଦାୟିତ୍ୱ।

ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଉପରାଷ୍ଟ୍ରପତି ହାରିସଙ୍କୁ ସାମୟିକ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିଥିଲେ। ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏନେଇ ଶୁକ୍ରବାର ବିଧିବଦ୍ଧ ସୂଚନା ଦିଆଯାଇଥିଲା। ଏହି ସମୟରେ ହାରିସ ନିଜ ୱେଷ୍ଟ ୱିଙ୍ଗ ଅଫିସରେ ରହି ହ୍ୱାଇଟ ହାଉସକୁ ପରିଚାଳନା କରିଥିବା ହ୍ୱାଇଟ ହାଉସ୍‌ର ପ୍ରେସ ସଚିବ ଜେନ୍‌ ସାକି କହିଥିଲେ। ସମୁଦାୟ ୧ ଘଣ୍ଚା ୨୫ ମିନିଟ୍‌ ପାଇଁ ରାଷ୍ଟ୍ରପତି ଭାର ଗ୍ରହଣ କରିଥିଲେ କମଲା । ଏହି ସମୟରେ ସେ ସରକାରଙ୍କୁ ନିୟନ୍ତ୍ରଣ କରିବା ସହ ସୈନ୍ୟ ବାହିନୀ ଏବଂ ପରମାଣୁ ଅସ୍ତ୍ର ଆଦି ସମସ୍ତ ଦାୟିତ୍ୱରେ ମଧ୍ୟ ଥିଲେ ।

ରାଷ୍ଟ୍ରପତି ହିସାବରେ ଦାୟିତ୍ୱ ନେବା ପରେ  ପ୍ରଥମ ଅଫିସିଆଲ ମେଡିକାଲ ଚେକଅପ୍‌ ପାଇଁ ବାଇଡେନ ଗତକାଲି  ୱାଲ୍ଟର ରିଡ୍‌ ମେଡିକାଲ୍‌ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ସେଠାରେ ଆନାସ୍ଥେସିଆ ଦିଆଯିବା ପରେ ତାଙ୍କର କଲୋନୋସ୍କୋପି କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି କମଲା ହାରିସ ସମସ୍ତ କାର୍ଯ୍ୟ ତୁଲାଇଛନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କୁ ଆନେସ୍ଥେସିଆ ଦିଆଯିବା ସମୟରେ ଉପରାଷ୍ଟ୍ରପତିଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଥାଏ। ରାଷ୍ଟ୍ରପତିଙ୍କ ପ୍ରେସ ସେକ୍ରେଟାରୀ ଦେଇଥିବା ସୂଚନା ଅନୁଯାୟୀ,  ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିଧିବଦ୍ଧ ଭାବେ ଗତକାଲି ୧୧ଟା ୩୫ରେ  ଉପରାଷ୍ଟ୍ରପତିଙ୍କୁ ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ।

ପୂର୍ବରୁ ୨୦୦୨ ଓ ୨୦୦୭ ମସିହାରେ ଜର୍ଜ ଡବ୍ଲ୍ୟୁ ବୁଶ ରାଷ୍ଟ୍ରପତି ଥିବା ସମୟରେ ଏହିପରି  କ୍ଷମତା ହସ୍ତାନ୍ତର କରିଥିଲେ। ସେ ମେଡିକାଲ ଚେକଅପ୍‌ ପାଇଁ ଯିବା ସମୟରେ ନିୟମ ଅନୁସାରେ ଉପରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ।

The post ଇତିହାସ ରଚିଲେ ହାରିସ; ଦେଢ ଘଣ୍ଟା ପାଇଁ ତୁଲାଇଲେ ରାଷ୍ଟ୍ରପତି ଦାୟିତ୍ୱ appeared first on Odisha Reporter.



from Odisha Reporter https://ift.tt/3CC8cg2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages