ଦୋକାନୀ ଧରିଥିଲେ ୨୫ ଲକ୍ଷର ଗହଣା, ଝାମ୍ପି ନେଲା ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ଦୋକାନୀ ଧରିଥିଲେ ୨୫ ଲକ୍ଷର ଗହଣା, ଝାମ୍ପି ନେଲା ଲୁଟେରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଦୋକାନ ବନ୍ଦ କରି ସଟରରେ ଚାବି ପକାଉଥିଲେ। ଏହି ସମୟରେ ବାଇକ୍‌ରେ ଆସି ଗହଣା ବ୍ୟାଗ ଝାମ୍ପି ନେଇଗଲେ ଲୁଟେରା। ବ୍ୟାଗରେ ୨୦ରୁ ୨୫ ଲକ୍ଷ ଟଙ୍କାର ସୁନାଗହଣା ଥିଲା। ଏପରି ଘଟଣା ଘଟିଛି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ଥିବା କୋଲକାତା ଜୁଏଲର୍ସ ଦୋକାନରେ। ଏନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁନା ଦୋକାନ ମାଲିକ ଗୋବିନ୍ଦ ଦାସ ଦୋକାନ ବନ୍ଦ କରି ସଟରରେ ଚାବି ପକାଉଥିଲେ। ଚାବି ପକାଇଲା ବେଳେ ପାଖରେ ଦୁଇଟି ବ୍ୟାଗରେ ସୁନା ଗହଣା ରଖିଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସିଥିଲେ। ଜଣେ ବାଇକ୍‌ରେ ବସିଥିବା ବେଳେ ଆଉ ଜଣେ  ଗୋବିନ୍ଦଙ୍କ ନିକଟରୁ  ସୁନାଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲା।  ଏନେଇ ଗୋବିନ୍ଦ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ ଘଟଣାର ତଦନ୍ତ କରୁଛି।

 

 

 

The post ଦୋକାନୀ ଧରିଥିଲେ ୨୫ ଲକ୍ଷର ଗହଣା, ଝାମ୍ପି ନେଲା ଲୁଟେରା appeared first on Odisha Reporter.



from Odisha Reporter https://ift.tt/3nzdR2f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages