ନବାବ ମଲିକଙ୍କୁ ଏନ୍‌ସିବି ଦେଲା ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

ନବାବ ମଲିକଙ୍କୁ ଏନ୍‌ସିବି ଦେଲା ଜବାବ

ମୁମ୍ବାଇ: ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ସମୀର ୱାଙ୍ଖେଡେଙ୍କୁ ବରାବର ସମାଲୋଚନା କରି ଆସୁଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକଙ୍କୁ ପାଲଟା ଜବାବ ଦେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଏନ୍‌ସିବି ପ୍ରମାଣ ମାଗିବା ସହିତ ସେ କାହିଁକି କୋର୍ଟଙ୍କ ଦ୍ୱାରସ୍ଥ ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛି।

ସମୀର ୱାଙ୍ଖେଡେ ଦୁବାଇ ଓ ମାଲଦ୍ୱୀପ ଯାଇଥିଲେ ବୋଲି ନବାବ ଯେଉଁ ଅଭିଯୋଗ କରି ଆସୁଛନ୍ତି, ତା’ର ପ୍ରମାଣ ଦିଅନ୍ତୁ ବୋଲି ଏନ୍‌ସିବି କହିଛି। ତା’ସହିତ ବିଜେପି ନେତା ମୋହିତ ଭାରତୀୟା ଓରଫ ମୋହିତ କମ୍ବୋଜଙ୍କ ସହିତ ସେ କଥାବାର୍ତ୍ତା ହୋଇଥିବାର ବି ପ୍ରମାଣ ଦିଅନ୍ତୁ ବୋଲି ଏନ୍‌ସିବି କହିଛି।

ଏନ୍‌ସିବି ଆହୁରି କହିଛି, ଏତେ ସବୁ ଅଭିଯୋଗ କରିବା ବଦଳରେ ନବାବ ମଲିକ କାହିଁକି କୋର୍ଟ ଯାଉ ନାହାନ୍ତି।

ଅନ୍ୟପକ୍ଷରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକ କହିଛନ୍ତି ଯେ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଅପହରଣ କରାଯାଇଥିଲା। ବଟି ଆଦାୟ କରିବା ପାଇଁ ତାଙ୍କୁ ଅପହରଣ କରାଯାଇଥିଲା। ଆଉ ଏହାର ମାଷ୍ଟର ମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ। କ୍ରୁଜ୍ ପାର୍ଟି ପାଇଁ ଆର୍ଯ୍ୟନ ଖାଁ ଟିକେଟ୍ କିଣି ନଥିଲେ। ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ତାଙ୍କୁ ସେଠାକୁ ନେଇ ଯାଇଥିଲେ। ମୋହିତ କମ୍ବୋଜ ହେଉଛନ୍ତି ଏହାର ମାଷ୍ଟର ମାଇଣ୍ଡ। ବଟି ଆଦାୟ କରିବାରେ ସେ ହେଉଛନ୍ତି ସମୀର ୱାଙ୍ଖେଡେଙ୍କ ପାର୍ଟନର।

The post ନବାବ ମଲିକଙ୍କୁ ଏନ୍‌ସିବି ଦେଲା ଜବାବ appeared first on Odisha Reporter.



from Odisha Reporter https://ift.tt/3EPmkEo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages