ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ମିଳିଛି। ଘଟଣାଟି ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ନିକଟସ୍ଥ ଖମାର ଗାଁରେ।
ମୃତ ଯୁବକଙ୍କ ନାଁ ପୀତବାସ ଦାସ। ସେ ଗତ ୩ ତାରିଖରୁ ନିଖୋଜ ଥିଲେ। ସେହିଦିନ ଅପରାହ୍ଣରେ ଗାଁର କିଛି ଯୁବକଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା।
ଘର ଲୋକେ ପୀତବାସଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳେ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ପାଇଥିଲେ। କୂଅଟି ସେମାନଙ୍କ ଘରଠାରୁ ପ୍ରାୟ ୪ କିଲୋମିଟର ଦୂରରେ ରହିଛି। ମୃତଦେହ ପାଇବା ପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହିତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ପୂର୍ବ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
The post ନିଖୋଜ ଥିଲେ, ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3wlgHe9
No comments:
Post a Comment