ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ବିଜୟର ସ୍ୱାଦ ଚାଖିଛି। ଭାରତ ତା’ର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୬୬ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ଭାରତର ଏହା ପ୍ରଥମ ବିଜୟ। ଭାରତ ବିପକ୍ଷ ମୁକାବିଲାରେ ଆଫଗାନିସ୍ତାନର ବୋଲରମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଫଳସ୍ୱରୂପ ଭାରତ ଟି-୨୦ ବିଶ୍ୱକପରେ ତା’ର ସର୍ବଶ୍ରେଷ୍ଠ ସ୍କୋର ଛିଡ଼ା କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ମଧ୍ୟ କିଛି ଖାସ କରିପାରିନଥିଲେ। ଭାରତର ଏହି ବିଜୟ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଖୁବ୍ ବାଧିଛି। ଭାରତର ଏହି ବିଜୟକୁ ନେଇ ପାକିସ୍ତାନର ସମର୍ଥକ ସୋଶାଲ ମିଡିଆରେ ଅଜବ କମେଣ୍ଟ ଦେଇଛନ୍ତି।
ଭାରତ ଓ ଆଫଗାନିସ୍ତାନ ମ୍ୟାଚ୍ ଫିକ୍ସ ହୋଇଥିବା ପାକିସ୍ତାନୀ ସମର୍ଥକ ଏକ ଗୁଜବ ସୋଶାଲ ମିଡିଆରେ ଚଳାଇଛନ୍ତି। କାରଣ ପାକିସ୍ତାନୀ କ୍ରିକେଟ୍ ଫ୍ୟାନଙ୍କୁ ଭାରତର ବିଜୟ ହଜମ ହୋଇନାହିଁ। ସେମାନଙ୍କ କହିବା ଅନୁଯାୟୀ ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତ ଏହି ମ୍ୟାଚ୍ ଫିକ୍ସ କରିଛି। କେହି ଏଥିପାଇଁ ଆଫଗାନିସ୍ତାନ କ୍ୟାପଟେନ୍ ମହମ୍ମଦ ନବିଙ୍କୁ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତିକୁ ଦାୟୀ କରିଛନ୍ତି। କେହି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାଚ୍ ଛାଡ଼ିବାକୁ ଟାର୍ଗେଟ୍ କରିଛନ୍ତି। କିଛି କହିଛନ୍ତି ଯେ ଆଫଗାନିସ୍ତାନ ଟିମ୍ ଜାଣିଶୁଣି ଭାରତ ଠାରୁ ହାରିଛି।
Afghan Players Right Now#fixed #rashidkhan #indvsafg pic.twitter.com/NWbJDdpnWf
— چاند بی بی (@DeGreenTribe) November 4, 2021
The reputation of India has gone so down that India performing more than expectations has forced cricket fans all over the world to generate opinions of match-fixing! ICC must investigate the bodylanguage and efforts of Afghanistan as they were definitely not normal! #INDvAFG
— Arfa Feroz Zake (@ArfaSays_) November 3, 2021
When Pakistanis say something about fixing, listen. They know better than anyone.
— Silly Point (@FarziCricketer) November 3, 2021
ତେବେ ପାକିସ୍ତାନୀ ଫ୍ୟାନଙ୍କ ଦ୍ୱାରା ମ୍ୟାଚ୍ ଫିକ୍ସିଂ ଗୁଜବ ଉଠିବା ପରେ ସେମାନଙ୍କ ଦେଶର କିମ୍ବଦନ୍ତୀ କ୍ରିକେଟର୍ ଏହାକୁ ଖଣ୍ଡନ କରିଛନ୍ତି। ପୂର୍ବତନ ବାମହାତୀ ପେସର ୱାସିମ୍ ଆକ୍ରାମ ଓ ୱକାର ୟୁନିସ୍ ମ୍ୟାଚ୍ ଫିକ୍ସିଂ କଥାକୁ ବକବାସ୍ କହିଛନ୍ତି। ଆକ୍ରାମ କହିଛନ୍ତି, ଏହାକୁ ମ୍ୟାଚ୍ ଫିକ୍ସିଂ କହିବା ମୁଖାର୍ମୀ ହେବ। ଭାରତ ଏକ ମଜଭୁତ୍ ଟିମ୍। ସେମାନଙ୍କର ଦୁଇ ଦିନ ଖରାପ ଯାଇଛି। ଏହାର ଅର୍ଥ ନୁହେଁ ଯେ ସେମାନେ ଖରାପ ଟିମ୍। ଲୋକେ ଏହାକୁ ଫିକ୍ସ ମ୍ୟାଚ୍ ବୋଲି କାହିଁକି କହୁଛନ୍ତି ମୁଁ ବୁଝିପାରୁନି। ଭାରତ ଏକ ଦମଦାର ଟିମ୍। ସେହିପର ୱକାର କହିଛନ୍ତି, ଏସବୁ ବାଜେ କଥା। ଲୋକେ ଏଭଳି ଗୁଜବ ଉପରେ ଧ୍ୟାନ ନଦେବାକୁ ୱକାର ଅପିଲ୍ କରିଛନ୍ତି।
#INDvsAFG#T20WorldCup#AFGvIND
Ye trend karne valo Pakistani#fixed #fixedmatch Jab hum ICC oo kharid sakte hai to Pakistan ko bhi kharid lenege #IndianCricketTeam pic.twitter.com/vgk75cysF6— (@shhhyuu) November 4, 2021
କେବଳ ପାକିସ୍ତାନୀ ଫ୍ୟାନ୍ ନୁହଁନ୍ତି, ସେଠାକାର କିଛି ସାମ୍ବାଦିକ ମଧ୍ୟ ଭାରତ-ଆଫଗାନିସ୍ତାନ ମ୍ୟାଚକୁ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି। ଜିଓ ଟିଭିର ସାମ୍ବାଦିକ ଅରଫା ଫିରୋଜ କହିଛନ୍ତି, ଆଫଗାନିସ୍ତାନ ବିପକ୍ଷ ଭାରତର ଫିକ୍ସ ବୋଲି ଲାଗୁଛି। ତେଣୁ ଆଇସିସି ଏହାର ନିରପେକ୍ଷ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି। ଅନ୍ୟଜଣେ ସାମ୍ବାଦିକ ୱଜାହତ୍ କାଜମୀ କହିଛନ୍ତି ଯେ ମ୍ୟାଚ୍ ଫିକ୍ସ କରିବା ପୂର୍ବରୁ ପ୍ରଥମେ ଅଭିନୟ ଠିକ୍ କରିବା ଦରକାର।
ସୂଚନାଯୋଗ୍ୟ, ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୦ ରନ୍ କରିଥିଲା। ଯାହା ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ସ୍କୋର। ଏହାର ଜବାବରେ ଆଫଗାନିସ୍ତାନ ୭ ୱିକେଟ୍ ହରାଇ ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରୋହିତ୍ ଶର୍ମା ୭୪ ଓ ଲୋକେଶ ରାହୁଲ୍ ୬୯ ରନର ଇନିଂସ୍ ଖେଳିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୫ ଓ ଋଷଭ ପନ୍ତ ୨୭ ରନ୍ କରିଥିଲେ।
The post ଭାରତ ଜିତିଲା, ପାକିସ୍ତାନ କାନ୍ଦିଲା appeared first on Odisha Reporter.
from Odisha Reporter https://ift.tt/3EG22x5
No comments:
Post a Comment