ଜମ୍ମୁ: ଯବାନମାନେ ହେଉଛନ୍ତି ଭାରତ ମାତାର ସୁରକ୍ଷା କବଚ। ଯବାନମାନଙ୍କ ପାଇଁ ସମଗ୍ରଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି। ଜମ୍ମୁର ରଜୌରୀ ଜିଲ୍ଲାରେ ନୌଶେରା ସେକ୍ଟରରେ ଯବାନମାନଙ୍କ ସହ ଦୀପାବଳି ପାଳନ ଉତ୍ସବରେ ଏକଥା କହିଛନ୍ତି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି। ସେନା କର୍ମଚାରୀଙ୍କ ସହ ଦୀୱାଲିପାଳନ କରିଆସୁଥିବା ମୋଦି ଆଜି ସକାଳେ ନୌଶେରା ସେକ୍ଟରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସେ ସେନାର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କୁ ଭେଟିଥିଲେ। ଏହି ଅବସରରେ ଦେଶର ସୁରକ୍ଷା ପାଇଁ ସୈନିକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ମୋଦି। ସେ କହିଛନ୍ତି ମୁଁ ପରିବାର ସଦସ୍ୟଙ୍କ ସହ ଦୀୱାଲି ପାଳନ କରିବାକୁ ଚାହୁଁଛି। ତେଣୁ ମୁଁ ଆପଣଙ୍କ ସହ ଯୋଗଦେଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆମର ସୈନିକମାନେ ମା’ ଭାରତୀର ସୁରକ୍ଷା କବଚ। ଆପଣଙ୍କ ଯୋଗୁ ଦେଶର ଲୋକମାନେ ଶାନ୍ତିରେ ଶୋଇପାରୁଛନ୍ତି ଏବଂ ପର୍ବପର୍ବାଣି ପାଳିପାରୁଛନ୍ତି।
ମୋଦିକହିଛନ୍ତି ଯେ, ମୁଁ ପ୍ରତି ଦୀୱାଲିରେ ସୀମା ସୁରକ୍ଷା କରୁଥିବା ସୈନିକମାନଙ୍କ ସହ ବିତାଉଛି। ମୁଁ ଭାରତର କୋଟି କୋଟି ଲୋକଙ୍କ ଆଶୀର୍ବାଦ ନେଇ ଏଠାକୁ ଆସିଛି ବୋଲି ସେ କହିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ସେନାର ଭୂମିକାକୁ ମୋଦି ପ୍ରଶଂସା କରଥିଲେ। ସେ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଏହି ବ୍ରିଗେଡ୍ ଯେଉଁ ଭୂମିକା ନିଭାଇଛି ତାହା ପ୍ରତି ଭାରତୀୟଙ୍କୁ ଗର୍ବିତ କରିଛି। ଏହାପୂର୍ବରୁ ସୁରକ୍ଷା ବାହିନୀ ପାଇଁ ପ୍ରତିରକ୍ଷା ଉପକରଣ କିଣିବା ଲାଗି ବର୍ଷ ବର୍ଷ ସମୟ ଲାଗୁଥିଲା। ପୁରୁଣା ପଦ୍ଧତି ବଦଳାଇ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହିଁ ଏକମାତ୍ର ଉପାୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ଉପରେ ଆମେ ପ୍ରାୟତ ନିର୍ଭର କରୁଥିଲୁ। ସେ ସମୟ ଧିରେ ଧିରେ ସରି ଆସୁଛି ବୋଲି ମୋଦି କହିଛନ୍ତି।
ମୋଦିଙ୍କ ଗସ୍ତ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାଣେ ଗତକାଲି ଜମ୍ମୁରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଗତ କିଛି ଦିନ ହେବ ପୁଞ୍ଚ ଏବଂ ରଜୌରୀ ସୀମାରେ ଟେନ୍ସନ୍ ଲାଗି ରହିଛି। ଗତ ୩ ମାସ ଭିତରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହେଲେଣି। ଭାରତୀୟ ସେନା ପକ୍ଷରୁ ଉକ୍ତ ସୀମାରେ ଆତଙ୍କବାଦୀ ବିରୋଧୀ ଅପରେଶନକୁ ଜୋରଦାର କରାଯାଇଛି। ଗତ ୨୪ ଦିନ ଧରି ଚାଲିଥିବା ଏହି ଅପରେସନ ସବୁଠାରୁ ବଡ଼ ବୋଲି କୁହାଯାଉଛି। ତେବେ ମୋଦିଙ୍କ ଏହି ଗସ୍ତ ସେନାର ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି।
The post ଯବାନମାନେ ଭାରତ ମାତାର ସୁରକ୍ଷା କବଚ: ମୋଦି appeared first on Odisha Reporter.
from Odisha Reporter https://ift.tt/2ZT595K
No comments:
Post a Comment