ଖୋଲିଲା ସ୍କୁଲ, ଏକାଥରକେ ୨୮ ଛାତ୍ରୀ କରୋନା ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଖୋଲିଲା ସ୍କୁଲ, ଏକାଥରକେ ୨୮ ଛାତ୍ରୀ କରୋନା ସଂକ୍ରମିତ

ହାଇଦ୍ରାବଦ: ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ କଲେଜ ସବୁ ଖୋଲିଛନ୍ତି। ଅନ୍‌ ଲାଇନ୍‌ ବଦଳରେ ଆରମ୍ଭ ହୋଇଛି ଅଫ୍‌ଲାଇନ୍‌ ପାଠ ପଢ଼ା। ପିଲା ସ୍କୁଲ ଯାଇ ପାଠ ପଢ଼ିବା ଆରମ୍ଭ କରିଛନ୍ତି। ଏହାରି ଭିତରେ ଆସିଛି ଏକ ଭୟାନକ ଖବର। ଗୋଟିଏ ସ୍କୁଲରୁ ଏକାଥରକେ ୨୮ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ତେଲେଙ୍ଗାନାର ଖମ୍ମନ୍‌ ଜିଲ୍ଲର ସରକାରୀ ଆବାସିକ ବିଦ୍ୟାଳୟର ୨୮ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଠାରେ କୋଭିଡ -19ର ସାମୂହିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଭୂତାଣୁ ସଂକ୍ରମଣ ବିଷୟରେ ସୂଚନା ପାଇବା ପରେ ଛାତ୍ରୀମାନଙ୍କ ପିତାମାତା ବିଦ୍ୟାଳୟରେ ପହଞ୍ଚି ସେମାନଙ୍କ ଝିଅମାନଙ୍କୁ ଘରକୁ ପଠାଇବାକୁ ପ୍ରଶାସନକୁ ନିବେଦନ କରିଛନ୍ତି। ସେପଟେ ସମସ୍ତ ସ୍କୁଲ ଛାତ୍ରୀ ଏବଂ ଶିକ୍ଷକଙ୍କ କରୋନା ପରୀକ୍ଷା କରାଇବା ପାଇଁ ସେଠାକାର ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ ଏହି ଆବାସିକ ବିଦ୍ୟାଳୟରେ ମୋଟ ୫୭୫ ଜଣ ଛାତ୍ରୀ ଅଛନ୍ତି।

ସେପଟେ ତେଲେଙ୍ଗାନାର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି,ହରିଷ ରାଓ  ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଫୋନ୍‌ କରି ସଂକ୍ରମିତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭାଇରସ ଯେପରି ନ ବ୍ୟାପେ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ଦିନ ତେଲେଙ୍ଗାନାରେ ୧୦୩ ଟି କୋଭିଡ ମାମଲା ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ଯେପରି ବିପର୍ଯ୍ୟୟ ଘଟାଇଥିଲା, ତାହା ଏଯାଏଁ ଲୋକଙ୍କ ମନରୁ ଯାଇନି।  ଏଭଳି ପରିସ୍ଥିତିରେ ପୁଣି ଥରେ କରୋନା ମାମଲା ବୃଦ୍ଧି ହେବାର ଖବର ଏବେ ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି।

The post ଖୋଲିଲା ସ୍କୁଲ, ଏକାଥରକେ ୨୮ ଛାତ୍ରୀ କରୋନା ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/3nEcVKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages