ଶପଥ ପରେ ବି ବାକି ଅଛି ପିକଚର୍‌!  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 22, 2021

ଶପଥ ପରେ ବି ବାକି ଅଛି ପିକଚର୍‌! 

ଜୟପୁର: ସମାନ ସରକାର, କିନ୍ତୁ ନୂଆ ଚେହେରାଙ୍କୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି। ଏହାପରେ ଅଶୋକ ଗେହଲଟଙ୍କ ଦଳୀୟ ପ୍ରତିଦ୍ୱନ୍ଦୀ ସଚିନ ପାଇଲଟ କ୍ୟାମ୍ପ ଏବେ ଥଣ୍ଡା ପଡିଛି। କିନ୍ତୁ ବିବାଦ ଏବେ ଥମିବା ପରିବର୍ତ୍ତେ ବଢିବ ଗେହଲଟଙ୍କ ପାଇଁ। କାରଣ ପାଇଲଟଙ୍କ ସମର୍ଥକ ବିଧାୟକଙ୍କୁ ଦିଆଯାଇଥିବା ମନ୍ତ୍ରୀ ପଦ ଅଶୋକ ଗେହଲଟଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଦୀର୍ଘ ଦିନର ବିଚାରବିମର୍ଶ ପରେ ରାଜସ୍ଥାନରେ ୧୫ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଅଶୋକ ଗେହଲଟ୍ ଠାରୁ ସଚିନ୍ ପାଇଲଟ୍ ପର୍ଯ୍ୟନ୍ତ ସମସ୍ତ କ୍ୟାବିନେଟରେ ସମସ୍ତ ସମୀକରଣ ସମାଧାନ ହୋଇଥିବାର ଦାବି କରାଯାଇଛି। ତଥାପି ଭିତରେ ଭିତରେ ଅଶୋକ ଗେହଲଟ ନୂଆ ମନ୍ତ୍ରୀଙ୍କୁ ନେଇ କେମିତି ସରକାର ଚଳାଇବେ ନେଇ ମାନସିକ ଭାବରେ ଅନେକ କିଛି ଚିନ୍ତା କରୁଥିବା ଜଣାପଡିଛି।

ରବିବାର ଶପଥ ଗ୍ରହଣ ପୂର୍ବରୁ ଗେହଲଟ ସରକାରରେ ଥିବା ସମସ୍ତ ୩୦ ମନ୍ତ୍ରୀ ଇସ୍ତଫା ଦେଇଥିଲେ। କିନ୍ତୁ ନୂଆ ମନ୍ତ୍ରିମଣ୍ଡଳରେ ତିନି ମନ୍ତ୍ରୀଙ୍କର ପଦୋନ୍ନତି ହୋଇଛି। ଏଥି ସହିତ ବିଭିନ୍ନ ଜାତିର ବିଧାୟକଙ୍କୁ ଆଖି ଆଗରେ ରଖି ମନ୍ତ୍ରୀ ପଦ ବଣ୍ଟାଯାଇଛି। ଏଥି ସହିତ ବିଭାଗର ବିଭାଜନକୁ ନେଇ ସମସ୍ୟା ଆହୁରି ଗଭୀର ହେବାରେ ଲାଗିଛି। ତେଣୁ ପୁଣିଥରେ ହାଇକମାଣ୍ଡଙ୍କ କୋର୍ଟକୁ ସମସ୍ୟା ଆସିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ  ଯେମିତି ନଉପୁଜେ ତାକୁ ନଜରରେ ରଖି ରାଜସ୍ଥାନରେ ପାଇଲଟ ଶିବିରକୁ ପ୍ରଶମିତ କରିବାକୁ ଯାଇ ନୂଆ ମନ୍ତ୍ରିମଣ୍ଡଳ ଗଢା ଯାଇଛି। ସମସ୍ତ ସମୀକରଣର ସମାଧାନ ଏବଂ ମତଭେଦକୁ ସନ୍ତୁଷ୍ଟ କରିବା ପାଇଁ କ୍ୟାବିନେଟ୍ ପୁନଃ ଗଢାହୋଇଛି। କିନ୍ତୁ ମନ୍ତ୍ରୀ ପଦ ପାଇବା ସତ୍ତ୍ୱେ ଅନେକ ବିଧାୟକ ସନ୍ତୁଷ୍ଟ ନାହାନ୍ତି।

ସଚିନ ପାଇଲଟଙ୍କ ନିକଟ ବିଧାୟକ ବ୍ରିଜେନ୍ଦ୍ର ସିଂ ଓଲା ଏବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ମାମଲା ଏବେ ଭିନ୍ନ ମୋଡ ନେଇଛି। ସେ କହିଛନ୍ତି ଯେ ଚାରିଥର ବିଧାୟକ ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟରେ ମନ୍ତ୍ରୀ କରାଯାଉଛି। କିନ୍ତୁ ଦୁଇଥର ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ମାନ୍ୟତା ଦିଆଯାଇଛି। ସୂଚନା ଅନୁଯାୟୀ, ଏହା ପରେ ତାଙ୍କୁ ସ୍ୱାଧାନୀ ବିଭାଗ ସହିତ ଭଲ ବିଭାଗ ଦିଆଯିବ ବୋଲି କହି ସନ୍ତୁଷ୍ଟ ହୋଇଛନ୍ତି।

The post ଶପଥ ପରେ ବି ବାକି ଅଛି ପିକଚର୍‌!  appeared first on Odisha Reporter.



from Odisha Reporter https://ift.tt/3cyR2p1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages