କାଳ ହେଲା ମହାନଦୀ; ଡକାଡକି ହୋଇ ଚାଲିଗଲେ ୪ ସାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 26, 2021

କାଳ ହେଲା ମହାନଦୀ; ଡକାଡକି ହୋଇ ଚାଲିଗଲେ ୪ ସାଙ୍ଗ

କଟକ(ଓଡ଼ିଶା ରିପୋର୍ଟର):  ମହାନଦୀରେ ଗାଧୋଇବା କାଳ ହେଲା । ସ୍କୁଲରୁ ଫେରିବା ପରେ ଘରେ ବାହାନା କରି  ନଦୀ ଘାଟକୁ ଚାଲି ଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ରାତିରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକମାନେ ହେଲେ ଶୁଭମ୍ ସେଠୀ, ଚନ୍ଦନ ବେହେରା, ଆକାଶ ବାହାଳିଆ, କ୍ଷେତ୍ରବାସୀ ବେହେରା ।

ଗତକାଲି ସମସ୍ତ ଛାତ୍ର ସାଇକେଲ ଯୋଗେ ସ୍କୁଲ ଯାଇ ଘରକୁ ଫେରିଥିଲେ । ଏହାପରେ ସାଙ୍ଗ ପାଖରୁ ଆସୁଛି କହି  ଡକାଡକି ହୋଇ ଭଦିମୂଳ ଘାଟକୁ ଚାଲିଗଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି  ଆରମ୍ଭ କରିଥିଲେ। ଏହାପରେ ମହାନଦୀ ଘାଟ ପାଖରେ ସାଇକେଲ୍ ଥିବା ଦେଖିବାକୁ ପାଇଥିଲେ ।

ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି କରିବାରୁ କ୍ଷେତ୍ରବାସୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ବହୁ ଖୋଜାଖୋଜି ପରେ ଆଜି ଆଉ ୩ ଜଣଙ୍କ  ମୃତଦେହ ଉଦ୍ଧାର ହୋଇଛି। 

ମୃତକ ୪ ଜଣ ଛାତ୍ର କଟକ ନୂଆବଜାର ପୋତା ପୋଖରୀ ଅଞ୍ଚଳର । ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ପିଲାମାନେ ଘରକୁ ନ ଫେରିବାରୁ ଗତକାଲି ଖୋଜାଖୋଜି କରାଯାଇଥିଲା ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

The post କାଳ ହେଲା ମହାନଦୀ; ଡକାଡକି ହୋଇ ଚାଲିଗଲେ ୪ ସାଙ୍ଗ appeared first on Odisha Reporter.



from Odisha Reporter https://ift.tt/3cNqvET

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages