କରଞ୍ଜିଆ(ଦୀପକ କୁମାର ମହନ୍ତ): ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ। ଗତ କିଛି ଦିନ ହେବ ସ୍କୁଲ, କଲେଜ ଖୋଲି ଯାଇଥିବା ବେଳେ ଛାତ୍ରଛାତ୍ରଙ୍କ ଗହଳି ମଧ୍ୟ ଜମୁଛି। ଏପରି ସ୍ଥିତିରେ ମୁଖ୍ୟତଃ ସ୍କୁଲ କଲେଜରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
କିଛି ଦିନ ପୂର୍ବେ ବୁର୍ଲା ଭିମସାର ମେଡିକାଲ କଲେଜର ୬୦ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ କରୋନା କବଳରେ ପଡ଼ିଥିଲେ। ଏବେ ଏହିପରି ସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟରେ । ଏବେ ଏହି ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି।
ଗତ ଦୁଇ ଦିନ ପୂର୍ବରୁ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କର ସ୍ୱାବ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୬ ଜଣ ଛାତ୍ରୀଙ୍କର କରୋନା ପଜିଟିଭ ବାହାରି ଥିଲା। ଏହାପରେ ଗତକାଲି ଆଉ ୧୫ଜଣ ଛାତ୍ରୀଙ୍କ ସ୍ୱାବ ପରୀକ୍ଷା ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଯାଇଛି । ଉକ୍ତ ସ୍କୁଲରେ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ମଧ୍ୟ ରହିଛନ୍ତି ।
ଏହି ଖବର ପ୍ରଚାରିତ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡକ୍ଟର ରଜନୀକାନ୍ତ ବିଶ୍ୱାଳ, ଠାକୁରମୁଣ୍ଡା ବିଡ଼ିଓ, ତହସିଲଦାର ଏବଂ ଏକ ଡ଼ାକ୍ତରୀ ଟିମ୍ ଆଜି ଉକ୍ତ ବିଦ୍ୟାଳୟରେ ପହଞ୍ଚିବେ।
ସମସ୍ତ ଚିହ୍ନଟ ଆକ୍ରାନ୍ତମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀମାନଙ୍କର ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ରହିବ ବୋଲି ଉପଜିଲ୍ଲାପାଳଙ୍କଠାରୁ ସୂଚନା ମିଳିଛି।କରୋନା ପଜିଟିଭ ଚିହ୍ନଟ ହେବା ପରେ ସେଠାରେ ଥିବା ଅନ୍ୟ ଛାତ୍ରୀ ଓ ଅଭିଭାବକମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି।
The post ମୁଣ୍ଡ ଟେକୁଛି ମହାମାରୀ; ପୁଣି ଏକ ସ୍କୁଲର ୨୬ ଛାତ୍ରୀ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3CUSBID
No comments:
Post a Comment