କାଲି ମାନ୍ଦା ଥିଲା, ଆଜି ଜମୁଛି ବେପାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

କାଲି ମାନ୍ଦା ଥିଲା, ଆଜି ଜମୁଛି ବେପାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ। ପରମ୍ପରା ଅନୁସାରେ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ହୋଇଥାଏ। ହେଲେ ଗତକାଲି ଶନିବାର ଥିବାରୁ ଅଧିକାଂଶ ଘରେ ଆମିଷ କରାଯାଇନଥାଏ। ଏଣୁ ଆଜି ପାଳନ ହେଉଛି ଛାଡ଼ଖାଇ।

ପୂଣ୍ୟମାସରେ ଜୀବହତ୍ୟା ନିଷିଦ୍ଧ ମନା ଯାଉଥିବାରୁ ପୂର୍ଣ୍ଣିମା ପରେ ଲୋକେ ଆମିଷ ଖାଇଥାନ୍ତି। ଆଜି ଛାଡ଼ଖାଇ ପାଇଁ ଆମିଷ ବଜାର ଚଳଚଞ୍ଚଳ। ସକାଳୁ ସକାଳୁ ମାଂସ ଦୋକାନରେ ଭିଡ଼ ଲାଗିଛି।

ସେହିପରି ମାଛ ବଜାରରେ ବି ଭିଡ଼ ଲାଗିଛି। ଗାଁ ଛକରେ ଥିବା ଚିକେନ ସେଣ୍ଟର, ମଟନ ଦୋକାନରେ ଲୋକଙ୍କ ଗହଳି ହୋଇଛି। ତେବେ ଦର ଟିକେ ଉଚ୍ଚା ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

ଗତକାଲି  ଖାସି ମାଂସ କିଲୋ ପ୍ରତି ୭୫୦ ଟଙ୍କା ଥିବାବେଳେ ରୋହିମାଛ କିଲୋ ପ୍ରତି ୧୬୦ରୁ ୨ ଶହ ଟଙ୍କା, ମାଗୁର ୪ ଶହ ଟଙ୍କା, ପମ୍ଫ୍ରେଟ୍ ୭ ଶହ ଟଙ୍କା, ଭେକଟି ୫ ଶହ ଟଙ୍କା, ଚିଙ୍ଗୁଡ଼ି ୪ ଶହରୁ ୬ ଶହ ଟଙ୍କା ରହିଥିଲା ।

 

The post କାଲି ମାନ୍ଦା ଥିଲା, ଆଜି ଜମୁଛି ବେପାର appeared first on Odisha Reporter.



from Odisha Reporter https://ift.tt/3HJnHqj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages