ଆଜି ଆସିବ ଗେହଲଟଙ୍କ ନୂଆ ଟିମ୍‌, ପାଇଲଟଙ୍କ ସମର୍ଥକଙ୍କୁ ଖାସ୍‌ ପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ଆଜି ଆସିବ ଗେହଲଟଙ୍କ ନୂଆ ଟିମ୍‌, ପାଇଲଟଙ୍କ ସମର୍ଥକଙ୍କୁ ଖାସ୍‌ ପଦ

ଜୟପୁର: ଆଜି ବଦଳିବ ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍‌ ରୂପରେଖ । ଅପରାହ୍ନରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ । ନୂଆ ୩୦ ଜଣିଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ୫ ଅନୁଗତ ମଧ୍ୟ ଶପଥ ନେବେ। ତେବେ ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫  ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦିଆଯାଇଛି ।

ସଚିନଙ୍କ ଅନୁଗତଙ୍କ ମଧ୍ୟରୁ ହେମରାମ ଚୌଧୁରୀ, ବିଶ୍ୱେନ୍ଦ୍ର ସିଂ, ରମେଶ ମୀନା କ୍ୟାବିନେଟ ମନ୍ତ୍ରୀ ହେବାକୁ ଥିବାବେଳେ ବ୍ରିଜେନ୍ଦ୍ର ସିଂ ଓଲା ଓ ମୁରାରି ଲାଲ୍ ମୀନା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ । ଆଜି ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ନାଁ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ  ଅଶୋକ ଗେହଲଟ ।

ଗତ ରାତିରେ ଗେହଲଟ ରାଜଭବନ ଯାଇ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ଶପଥଗ୍ରହଣ ସମାରୋହ ସଂପର୍କରେ ଆଲୋଚନା କରିଛନ୍ତି। ଏଥିସହ ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପାଇଲଟ୍, ଗେହଲୋଟ୍ ଓ ଗାନ୍ଧିଙ୍କ ମଧ୍ୟରେ ବାରମ୍ବାର ବୈଠକ ହୋଇଥିଲା  ।

ବୈଠକର ନିଷ୍ପତ୍ତି ଅନୁସାରେ ସଚିନଙ୍କ ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ସଚିନ ପାଇଲଟଙ୍କୁ କେଉଁ ଦାୟିତ୍ୱ ମିଳିବ ସେନେଇ କିଛି ସ୍ପଷ୍ଟ ହୋଇନି ।

ଯଦିଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ଚାହୁଁଛନ୍ତି ସଚିନ ଗୁଜୁରାଟ୍‌ରେ କଂଗ୍ରେସର ମଙ୍ଗ ଧରନ୍ତୁ, ହେଲେ ସଚିନ ରାଜସ୍ଥାନରେ ସଂଗଠନ ଦାୟିତ୍ୱ ସମ୍ଭାଳିବା ଉପରେ ଫୋକସ ଦେଉଛନ୍ତି  ।

ସୂଚନାଯୋଗ୍ୟ, ଗତବର୍ଷ ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ସମର୍ଥକମାନେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସଚିନ ଆଣ୍ଡ କୋ ଦିଲ୍ଲୀରେ ଡେରା ପକାଇଥିଲେ। ଶେଷରେ ଗାନ୍ଧି ପରିବାର ଗେହଲଟ ଓ ପାଇଲଟ କଳିରେ ହସ୍ତକ୍ଷେପ କରି ସବୁ କିଛିକୁ ସମାଧାନ କରିଥିଲେ। ଏହି ସମୟରେ ସଚିନ ପାଇଲଟ ଉଠାଇଥିବା ଦାବି ଗୁଡ଼ିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଏଥିପାଇଁ କଂଗ୍ରେସ ହାଇକମାଣ୍ଡ ୩ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ମତାମତ ଓ ସ୍ଥିତିକୁ ଦେଖି ଏବେ ରାଜସ୍ଥାନ କ୍ୟାବିନେଟକୁ ଅଦଳବଦଳ କରାଯିବ।

The post ଆଜି ଆସିବ ଗେହଲଟଙ୍କ ନୂଆ ଟିମ୍‌, ପାଇଲଟଙ୍କ ସମର୍ଥକଙ୍କୁ ଖାସ୍‌ ପଦ appeared first on Odisha Reporter.



from Odisha Reporter https://ift.tt/3DPccew

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages