ବିନିକା(ଓଡ଼ିଶା ରିପୋର୍ଟର): ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର। ଲୋକେ ବାଲତି ଓ ବାସନକୁସନ ଧରି ବୋହିନେଲେ ପେଟ୍ରୋଲ। ସୁବର୍ଣ୍ଣପୁର ଜିଲ୍ଲା ବରପାଲ୍ଲି ମୁଖ୍ୟରାସ୍ତାର ଦାନୀପାଲି ଛକରେ ଘଟିଛି ଏହି ଦୁର୍ଘଟଣା।
ଆଜି ବଢ଼ି ଭୋରରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗାଡି ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପେଟ୍ରୋଲ ରାସ୍ତାରେ କଡ଼ରେ ଥିବା ବିଲରେ ଢ଼ାଳି ହୋଇ ଯାଇଥିଲା। ପୁଲିସ ଉପସ୍ଥିତିରେ ପେଟ୍ରୋଲକୁ ଲୋକମାନେ ବୋହି ନେଇ ଯାଇଥିଲେ।
ପେଟ୍ରୋଲ ବୋଝେଇ ଟ୍ୟାଙ୍କରଟି ଆଜି ସକାଳେ ଝାରସୁଗୁଡ଼ାରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଭିମୁଖେ ଯାଉଥିଲେ। ରାସ୍ତା ଖରାପ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି ଟ୍ୟାଙ୍କର ଡ୍ରାଇଭର ପକ୍ଷରୁ ସୂଚନା ମିଳିଛି। । ଦୁଇଟି କ୍ରେନ ସାହାଯ୍ୟରେ ଗାଡ଼ି ଉଠାଇବାକୁ ଚେଷ୍ଟା କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
The post ଓଲଟି ପଡ଼ିଲା ପେଟ୍ରୋଲ ଟ୍ୟାଙ୍କର, ଲୋକେ ବୋହି ନେଲେ ତେଲ appeared first on Odisha Reporter.
from Odisha Reporter https://ift.tt/3nby5PC
No comments:
Post a Comment