ବରଗଡ଼(ଦୀପକ ଶର୍ମା): ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମକୁ ଜୋରଦାର ବିରୋଧ କରିବାକୁ ଚେତାବନୀ ଦେଇଛି କଂଗ୍ରେସ ଓ ବିଜେପି । ହେଲେ ଏହ ପୂର୍ବରୁ ଆକ୍ସନ ମୁଡକୁ ପଳାଇ ଆସିଛି ପୁଲିସ୍। ଗତ ରାତିରେ କଂଗ୍ରେସ ଓ ବିଜେପିର ବହୁ କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୁଲିସ୍। ଇରାଶିଷଙ୍କୁ ପୁଲିସ୍ ଗତକାଲି ରାତିରୁ ଅଟକ ରଖିଥିବା ବେଳେ ଆଜି ସକାଳୁ ସକାଳୁ ଗିରଫ କରିଛି। ମମିତା ମାମଲାରେ ବିରୋଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ଆଶଙ୍କା ଥିବାରୁ ପୁଲିସ୍ ଆଗୁଆ ପଦକ୍ଷେପ ନେବାରେ ଲାଗିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ବିରୋଧୀ ଚେତାବନୀ ଦେବା ପରେ କାର୍ଯ୍ୟକ୍ରମ ସ୍ଥଳ ପୁଲିସ୍ ଛାଉଣୀରେ ପରିଣତ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ପୁଲିସ୍ ଗତ ରାତିରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଏବଂ ଅନ୍ୟ ୧୨ ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା । ସେହିପରି ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ ଏବଂ କଂଗ୍ରେସ ନେତା ନିପନ ଦାସଙ୍କ ସହ ଅନ୍ୟ ସମର୍ଥକଙ୍କୁ ମଧ୍ୟ ଉଠାଇ ନେଇଥିଲା। ଏହାପରେ ଆଜି ସକାଳେ ଇରାଶିଷଙ୍କୁ ଗିରଫ ଦର୍ଶାଇଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ଯାଂଚ ହେଉଛି । ବରଗଡ଼ରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ସହ ଅାଇନଶୃଙ୍ଖଳା ରକ୍ଷା ପାଇଁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ନିଜ ଗିରଫଦାରୀ ନେଇ ଇରାଷିଶ କହିଛନ୍ତି, ଭଟଲି ପୁଲିସ୍ ରାତି ସାରା ଜଗି ସକାଳୁ ଗିରଫ କରିଛି। ଏଥିରେ ସ୍ୱରକୁ ଦବାଇ ଦିଆଯାଇପାରିବନି କି ଆନ୍ଦୋଳଦା ଥମି ଯିବନି। ରାଜ୍ୟ ବ୍ୟାପୀ ଆନ୍ଦୋଳନ ତେଜୁଛି। ଗାଁ ଗହଳରେ ପହଞ୍ଚିବ ଆନ୍ଦୋଳନ । ଯଦି ମୁଖ୍ୟମନ୍ତ୍ରୀ ଠିକ୍, ତେବେ କ’ଣ ପାଇଁ ଏତେ ଭୟ କରୁଛନ୍ତି, କ’ଣ ପାଇଁ ଗିରଫ କରୁଛନ୍ତି।
The post ରାତିରେ ଅଟକ, ସକାଳେ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କୁ ବାନ୍ଧିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3ca3hYZ
No comments:
Post a Comment