ପୁଣି ନୱାବଙ୍କ ଟାର୍ଗେଟରେ ୱାଙ୍ଖଡେ, କହିଲେ-‘ୟେ ତୁନେ କ୍ୟା କିୟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 22, 2021

ପୁଣି ନୱାବଙ୍କ ଟାର୍ଗେଟରେ ୱାଙ୍ଖଡେ, କହିଲେ-‘ୟେ ତୁନେ କ୍ୟା କିୟା’

ମୁମ୍ବାଇ: ଥମୁନି ବିବାଦ। ଚାଲିଛି ଆରୋପ ପ୍ରତ୍ୟାରୋପ। ପୁଣି ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ଏନ୍‌ସିପି ନେତା ନୱାବ ମଲିକ। ଗତ କିଛି ଦିନ ହେବ ସମୀର ୱାଙ୍ଖଡେଙ୍କ ବିରୋଧରେ ନବାବ ମଲିକ ଲଗାତର ଅଭିଯୋଗ ଆଣୁଛନ୍ତି। ଏହାରି ଭିତରେ ଏବେ ପୁଣି ଥରେ ନୱାବ ମଲିକ ଟ୍ୱିଟ କରି ସମୀର ୱାଙ୍ଖଡେଙ୍କୁ ଏବେ ଏକ ନୂଆ ଢ଼ଙ୍ଗରେ ଟାର୍ଗେଟ୍‌ କରିଛନ୍ତି।

ନୱାବ ମଲ୍ଲିକ ରବିବାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘କବୁଲ ହୈ, କବୁଲ ହୈ, କବୁଲ ହୈ….ୟେ ତୁନେ କ୍ୟା କିୟା ସମୀର ଦାଉଦ୍‌ ୱାଙ୍ଖଡେ?’

ନବାବ ମଲିକଙ୍କ ଟ୍ୱିଟ କରିଥିବା ଏହି ଫଟୋରେ କ୍ୟାପ ପିନ୍ଧିଥିବା ଜଣେ ବ୍ୟକ୍ତି ଏକ କାଗଜରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିଛି। ନୱାବ ମଲ୍ଲିକଙ୍କ ଅନୁଯାୟର ଏହି ଫଟୋରେୋ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ସମୀର ୱାଙ୍ଖଡେ।  ସମୀରଙ୍କ ଏହା ମୁସଲିମ ବିବାହ ବେଳର ଫଟୋ ବୋଲି ଏନ୍‌ସିପି ନେତା ଦାବି କରିଛନ୍ତି।

ସୂଚନା ମୁତାବକ, ସମୀର ୱାଙ୍ଖଡେଙ୍କ ବାପା ନୱାବ ମଲ୍ଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନୀ ମକଦ୍ଦମା ଦରୟର କରିଛନ୍ତି। ଏଥିସହ ସେ ଅଢ଼େଇ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି। ଆଜି ଏହି ମାମଲାର ଶୁଣାଣି ଅଛି।

ସମୀର ୱାଙ୍ଖଡେଙ୍କ ବାପା କୋର୍ଟରେ ଦାବି କରିଛନ୍ତି ଯେ, ନୱାବ ମଲ୍ଲିକଙ୍କୁ ସୋସିଆଲ ମିଡିଆରେ ତାଙ୍କ ପରିବାର ବିରୋଧରେ ଅପମାନଜନକ ବୟାନ ଦେବାକୁ ନେଇ ବ୍ୟାନ୍‌ କରାଯାଉ। ବମ୍ବେ ହାଇକୋର୍ଟ ଆଜି ଏହି ମାମଲାରେ ନିଜର ରାୟ ଦେଇପାରିନ୍ତି।

ଉଲ୍ଲେଖଯୋଗ୍ୟ, ସମୀର ୱାଙ୍ଖଡ଼େ ଜନ୍ମରୁ ମୁସଲମାନ ଏବଂ ଅନୁସୂଚୀତ ଜାତି/ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ସଂରକ୍ଷିତ ବ୍ୟବସ୍ଥାରେ ‘ସିଭିଲ୍‌ ସର୍ଭିସ୍‌’ ପାଇବା ନିମନ୍ତେ ସେ ଜାତି ପ୍ରମାଣପତ୍ରରେ ଜାଲିଆତି କରିଥିଲେ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଦାବି କରିଆସୁଛନ୍ତି। ସେପଟେ ନବାବ ମଲ୍ଲିକଙ୍କ ବମ୍ବେ ହାଇକୋର୍ଟରେ ପ୍ରମାଣ ସ୍ୱରୂପ ସମୀର ୱାଙ୍ଖଡେଙ୍କ ସ୍କୁଲ ଆଡମିଶନ ଫର୍ମ ଏବଂ ପ୍ରାଥମିକ ସ୍ତରର ସ୍କୁଲ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ, ଏ ଅଭିଯୋଗ ମିଥ୍ୟା ‌ବୋଲି ସମୀର ୱାଙ୍ଖଡ଼େ ଏବଂ ତାଙ୍କ ପରିବାର ଲୋକେ କହୁଛନ୍ତି।

The post ପୁଣି ନୱାବଙ୍କ ଟାର୍ଗେଟରେ ୱାଙ୍ଖଡେ, କହିଲେ-‘ୟେ ତୁନେ କ୍ୟା କିୟା’ appeared first on Odisha Reporter.



from Odisha Reporter https://ift.tt/3qXtF0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages