ମାମୁ ଘରକୁ ଆସି ନିଖୋଜ ଥିଲା ଶିଶୁ, ଆଜି ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ମାମୁ ଘରକୁ ଆସି ନିଖୋଜ ଥିଲା ଶିଶୁ, ଆଜି ମିଳିଲା ମୃତଦେହ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ମାମୁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମୃତଦେହ ୨ ଦିନ ପରେ ଉଦ୍ଧାର ହୋଇଛି।  ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର  ଗାଁରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷୀୟ ପୁଅ ସୌମ୍ୟ  ।

ସୂଚନା ଅନୁଯାୟୀ,  ସୌମ୍ୟ  ନିଜ ମା’ ସ୍ୱର୍ଣ୍ଣଲତା ଭୋଇଙ୍କ ସହ ଶଙ୍କରପୁରସ୍ଥିତ ମାମୁ ଘରକୁ କିଛି ଦିନ ପୂର୍ବେ ବୁଲି ଆସିଥିଲା । ଗତ ୮ ତାରିଖ ମଧ୍ୟାହ୍ନରେ ଘର ପାଖରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲା ପିଲାଟି ।  ପରିବାର ଲୋକେ ଏନେଇ  ବିରିଡି ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ପୁଲିସ୍‌ ଓ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଶେଷରେ  ଆଜି ସକାଳୁ ସୌମ୍ୟର ମୃତଦେହ ଘର ପାଖ ନାଳରୁ ମିଳିଛି ।  ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

The post ମାମୁ ଘରକୁ ଆସି ନିଖୋଜ ଥିଲା ଶିଶୁ, ଆଜି ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/3qpnIK2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages