ନୂଆଦିଲ୍ଲୀ: ରାସ୍ତାକଡ଼ରୁ ରାଷ୍ଟ୍ରପତି ଭବନ। କମଳା ବିକାଳିରୁ ପଦ୍ମଶ୍ରୀ। କର୍ଣ୍ଣାଟକର ୬୪ ବର୍ଷୀୟ ହରେକଲା ହଜବ୍ବା। ‘ଅକ୍ଷର ସନ୍ଥ’ ନାମରେ ସେ ଚାରିଆଡେ ପ୍ରସିଦ୍ଧ। କମଳା ବିକାଳୁ ଏବେ ସେ ପାଲଟି ଯାଇଛନ୍ତି ପଦ୍ମଶ୍ରୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି।
ରାସ୍ତାକଡରେ କମଳା ବିକ୍ରି କରି ଗାଁରେ ସ୍କୁଲ ତିଆରି କରିଥିବା ଲାଗି ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି। ତେବେ ଗାଁରେ ସ୍କୁଲ ତିଆରି କରିଥିବା ହରେକଲା କେବେ ସ୍କୁଲ ପିଣ୍ଢା ଚଢ଼ି ନାହାନ୍ତି। ତାଙ୍କୁ କୌଣସି ଶିକ୍ଷା ମିଳିନାହିଁ। ସେ ଅପାଠୁଆ ହୋଇ ମଧ୍ୟ ଅନେକଙ୍କୁ କରିଛନ୍ତି ଶିକ୍ଷିତ। ଲୋକଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ରାସ୍ତାକଡରୁ ସେ ଏବେ ଜାତୀୟ ସ୍ତରରେ ହୋଇଛନ୍ତି ପରିଚିତ।
ରାସ୍ତାକଡରେ କମଳା ବିକ୍ରି କରୁଥିବା ବେଳେ ଦିନେ ହରେକଲା କିଛି ବିଦେଶୀ ଯାତ୍ରୀଙ୍କ ସାମ୍ନା କରିଥିଲେ। ସେହି ଯାତ୍ରୀମାନେ ତାଙ୍କୁ ଇଂରାଜୀରେ କମଳାର ଦାମ୍ କେତେ ପଚାରିଥିଲେ। ହେଲେ ହରେକଲା କିଛି ବୁଝି ପାରିନଥିଲେ। ବର୍ଷ ବର୍ଷ ଧରି ବିକ୍ରି କରୁଥିବା ଫଳର ଦାମ୍ କହିନପାରିବାରୁ ସେ ସେ ବେଶ୍ ଲଜ୍ଜିତ ଅନୁଭବ କରିଥିଲେ।
ଏହା ପରେ ସ୍କୁଲ ଖୋଲିବା ପାଇଁ ତାଙ୍କ ମୁଣ୍ଡକୁ ଉପାୟ ଆସିଥିଲେ। ତାଙ୍କ ଗାଁ ନ୍ୟୁପାଡାପୁରେ କୌଣସି ସ୍କୁଲ ନଥିଲା। ଗାଁର ସବୁ ପିଲା ସ୍କୁଲ ଶିକ୍ଷାରୁ ବଞ୍ଚିତ ଥିଲେ। ପାଠ ନ ପଢ଼ି ସେ ଯେପରି ପରିସ୍ଥିତିର ସାମ୍ନା କରୁଛନ୍ତି ତାଙ୍କ ଆଗାମି ପିଢ଼ି ମଧ୍ୟ ସେଭଳି ସମାନ ଯନ୍ତ୍ରଣା ନ ଭୋଗନ୍ତୁ ବୋଲି ହଜବ୍ବା ଚାହୁଁଥିଲେ।
ଏଥିପାଇଁ ସେ ୨୦୦୦ ମସିହାରେ କମଳା ବିକ୍ରି ସଞ୍ଚିତ ରଖିଥିବା ଟଙ୍କାରେ ଗାଁର ରୂପରେଖ ବଦଳାଇ ଦେଇଥିଲେ। ଏକ ଏକର ଜମିରେ ତିଆରି କରିଥିଲେ ସ୍କୁଲ। ସେ ଗରିବ ପିଲାଙ୍କ ପାଇଁ ପ୍ରତିଷ୍ଠା କରିଥିଲେ ଏକ ପ୍ରାଥମିକ ସ୍କୁଲ। ତାଙ୍କର ମହତ କାମ ପାଇଁ ତାଙ୍କୁ ୮ ତାରିଖରେ ପଦ୍ମଶ୍ରୀ ପୁରସ୍କାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନୀତ କରିଛନ୍ତି। ଆଗକୁ ତାଙ୍କ ଗାଁରେ ଏକ ପ୍ରି-ୟୁନିର୍ଭସିଟି କଲେଜ ଖୋଲିବା ପାଇଁ ହରେକଲାଙ୍କ ସ୍ୱପ୍ନ ରହିଛି।
President Kovind presents Padma Shri to Shri Harekala Hajabba for Social Work. An orange vendor in Mangalore, Karnataka, he saved money from his vendor business to build a school in his village. pic.twitter.com/fPrmq0VMQv
— President of India (@rashtrapatibhvn) November 8, 2021
The post ରାସ୍ତାକଡ଼ର କମଳା ବିକାଳିରୁ ପଦ୍ମଶ୍ରୀ, ‘ଅକ୍ଷର ସନ୍ଥ’ ନାଁରେ ପ୍ରସିଦ୍ଧ appeared first on Odisha Reporter.
from Odisha Reporter https://ift.tt/2YCjZgI
No comments:
Post a Comment