ଆଜିଠୁ ଶିମିଳିପାଳରେ ବାଘ ଗଣନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ଆଜିଠୁ ଶିମିଳିପାଳରେ ବାଘ ଗଣନା

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା। ୪ଟି ପର୍ଯ୍ୟାୟରେ ୭ ଦିନ ପର୍ଯ୍ୟନ୍ତ ଚାଲିବ ବାଘ ଗଣନା। ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା ହେବ। ଏଥିପାଇଁ  ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯିବା।

ଏହାସହ ନୂଆ ଟେକ୍ନୋଲୋଜିର ଉପଯୋଗରେ କୋର୍ ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ବାଘ ଗଣନା କରାଯିବ। କ୍ୟାମେରାରେ ବାଘର ପାଦଚିହ୍ନ  ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରକାରୀ ନିୟମ ଅନୁଯାୟୀ ଗଣନା କାର୍ଯ୍ୟ ହେବ ।

ସୂଚନାଯୋଗ୍ୟ,  ମହାମାରୀ କରୋନା ପାଇଁ ଦୀର୍ଘ ଦିନ ବନ୍ଦ ରହିଥିଲା ଶିମିଳିପାଳ ଅଭୟାରଣ୍ୟ। କରୋନାର କୋପ କମିବା ପରେ ନଭେମ୍ବର ୧ ତାରିଖରେ ଅଭୟାରଣ୍ୟ ଖୋଲିଥିଲା। ତେବେ ଲଘୁଚାପ ବର୍ଷା ଯୋଗୁ ଅଭୟାରଣ୍ୟକୁ ପୁଣି ଥରେ ବନ୍ଦ କରି ଦିଆଯାଇଥିଲା।  ବର୍ଷା ଛାଡ଼ିବା ପରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ   ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା ।

ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

The post ଆଜିଠୁ ଶିମିଳିପାଳରେ ବାଘ ଗଣନା appeared first on Odisha Reporter.



from Odisha Reporter https://ift.tt/3nSpMZ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages