ଧରା ପଡ଼ିଲା କେନ୍ଦ୍ରାପଡ଼ା ସାଂସଦଙ୍କ ବାପାଙ୍କ ଜାଲିଆତି, ବାତିଲ ହେଲା ପଦୋନ୍ନତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ଧରା ପଡ଼ିଲା କେନ୍ଦ୍ରାପଡ଼ା ସାଂସଦଙ୍କ ବାପାଙ୍କ ଜାଲିଆତି, ବାତିଲ ହେଲା ପଦୋନ୍ନତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ଧରା ପଡ଼ିଲା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ମିଛ ।  ବାତିଲ ହେଲା ତାଙ୍କ ପଦୋନ୍ନତି । ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିଲେ କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତି । ମିଛ ଯୋଗ୍ୟତା ପ୍ରମାଣପତ୍ର ଆଧାରରେ ଅଭୟ ଯେଉଁ ସବୁ ସୁବିଧା ହାସଲ କରୁଥିଲେ, ତାକୁ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ।  ପୂର୍ବରୁ ଅଭୟ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ପକ୍ଷରୁ ଖାରଜ କରି ଦିଆଯାଇଛି।

ସୂଚନାଯୋଗ୍ୟ,  ଶ୍ରୀ ମହାନ୍ତି ରିଡର ପାହ୍ୟାର ପେନସନ୍ ସୁବିଧା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି, ଯାହାକି କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଂଚ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏସବୁ ପ୍ରକ୍ରିୟା ସରିବା ପରେ ଆବେଦନକାରୀଙ୍କୁ ତାଙ୍କର ସମସ୍ତ ଆବଶ୍ୟକ ପ୍ରାପ୍ୟ କର୍ତ୍ତୃପକ୍ଷ ପ୍ରଦାନ କରିବେ ବୋଲି ରାୟ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟ ପରେ ବିଭାଗ ପକ୍ଷରୁ ଏହାର ଯାଂଚ କରାଯାଇଥିବା ବେଳେ ସମସ୍ତ କେଳେଙ୍କାରୀ ଧରାପଡ଼ିଯାଇଥିଲା।   ମିଛ ଯୋଗ୍ୟତା ପ୍ରମାଣପତ୍ର ମାମଲାରେ  ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତି ପଦୋନ୍ନତି ପାଇଥିବା ଜଣାପଡ଼ିବା ପରେ ତାହାକୁ  ବାତିଲ କରି ଦିଆଯାଇଥିଲା। । ’

ଉଚ୍ଚଶିକ୍ଷା ବିଭାଗ କରିଥିବା ଚୂଡାନ୍ତ ତଦନ୍ତ ରିପୋର୍ଟରେ ଅନୁଭବଙ୍କ ବାପା ଜାଲ୍ ରିଫ୍ରେସର କୋର୍ସ ପ୍ରମାଣପତ୍ର  ଦାଖଲ କରିଥିବା ଜଣାପଡିଛି ।  ଯାହା ବଳରେ ଉଚ୍ଚଶିକ୍ଷା ବିଭାଗ ପଦୋନ୍ନତି ବାତିଲ କରିଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।  ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକ ପଦକ୍ଷେପ ନେବାକୁ ବି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି  ।

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି, ଅଭୟ ମହାନ୍ତି ଇଂରାଜୀ ଅଧ୍ୟାପକ ଭାବେ ଚାକିରିରୁ ଅବସର ନେଇଥିଲେ । ପରେ ସେ ରିଡର୍ ଭାବେ ୧୯୯୭ ଜାନୁଆରୀ ୨ ତାରିଖରେ କଟକ କନ୍ଦରପୁର କଲେଜରେ ନିଯୁକ୍ତି ପାଇଥିଲେ । ଏଥିପାଇଁ ରିଡରମାନଙ୍କ ପାଇଁ ଧାର୍ଯ୍ୟ ପେ ସ୍କେଲ୍ ଦରମା ମଧ୍ୟ ତାଙ୍କୁ ଦିଆଯାଉଥିଲା  । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ନାଁରେ ଜାଲ୍ ରିଫ୍ରେସର୍ କୋର୍ସ ପ୍ରମାଣପତ୍ର ଦାଖଲ କରିବା ନେଇ ଅଭିଯୋଗ ଆସିଥିଲା  । ତଦନ୍ତ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନାଁରେ ସେ ଜାଲ୍ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡ଼ିଥିଲା  ।

ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲାର ତନାଘନା କରିଥିଲେ  । ସେହି ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରିଫ୍ରେସର୍ କୋର୍ସ ଅନୁଷ୍ଠିତ ହୋଇନଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆରଟିଆଇ ତଥ୍ୟ ଜରିଆରେ ସୂଚନା ଦେଇଥିଲେ । ଯାହା ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ କମିଟି ଆଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବି ସ୍ୱୀକାର କରିଥିଲେ।

ଶ୍ରୀ ମହାନ୍ତିଙ୍କ ରିଫ୍ରେସର କୋର୍ସ ସାର୍ଟିଫିକେଟ(ଜାଲ୍‌) ଆଧାରରେ ତାଙ୍କୁ ୧୯୯୭ ଜାନୁୟାରୀରୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ନେଇ ୨୦୦୮ ମେ’ ୩ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିକୁ ରଦ୍ଦ କରାଗଲା ଓ ରିଡର ସ୍କେଲରେ ତାଙ୍କୁ ପେନସନ ଦେବା ପାଇଁ କରିଥିବା ଦାବିକୁ ମଧ୍ୟ ଖାରଜ କରାଗଲା ବୋଲି ଉଚ୍ଚଶିକ୍ଷା ସଚିବ ନିଜ ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ ।

ଏହାପରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର  ଅଭୟଙ୍କୁ ଭର୍ତ୍ସନା କରି କହିଥିଲେ ଯେ, ଶ୍ରୀ ମହାନ୍ତି ଜଣେ କଲେଜ ଶିକ୍ଷକତା ଭଳି ମହତ ପେଷାରେ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ମୁଣ୍ଡାଇ ଥିଲେ ମଧ୍ୟ ନିଜ ସ୍ୱାର୍ଥ ପାଇଁ ଏଭଳି ଜାଲିଆତି କରିଛନ୍ତି । ଯାହାକି ତାଙ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଖରାପ ଉଦାହରଣ ସୃଷ୍ଟି କରିଛି ।

 

The post ଧରା ପଡ଼ିଲା କେନ୍ଦ୍ରାପଡ଼ା ସାଂସଦଙ୍କ ବାପାଙ୍କ ଜାଲିଆତି, ବାତିଲ ହେଲା ପଦୋନ୍ନତି appeared first on Odisha Reporter.



from Odisha Reporter https://ift.tt/3102Ka4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages