ଢେଙ୍କାନାଳ(ରାଜଶ୍ରୀ ଶତପଥୀ):ବାଣକୁ ନେଇ ବଚସା। ସାଦା ପୋଷାକରେ ବାଣ ଦୋକାନ ଚେକିଂ କରୁଥିବା ବେଳେ ମୁହାଁମୁହିଁ ହୋଇଗଲେ ପୁଲିସ୍ ଓ ବାଣ ଦୋକାନୀ। ଶେଷରେ ଉତ୍ତ୍ୟକ୍ତ ବାଣ ଦୋକାନୀ ବିଚ୍ ରାସ୍ତାରେ ପୁଲିସ୍ ବାଇକ୍କୁ ଜାଳିଦେଲେ। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏପରି ଅଭାବନୀୟ ଘଟଣା ଗତ ରାତିରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ପିଙ୍ଗୁଆ ବସଷ୍ଟାଣ୍ଡ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, ନିହଲପ୍ରସାଦ ଥାନା ପୁଲିସ ସାଦା ପୋଷାକରେ ବଜାରରେ ବୁଲି ବାଣ ଦୋକାନୀଙ୍କ ଉପରେ ନଜର ରଖିଥିଲେ। ଏହି ସମୟରେ ପୁଲିସ୍ କର୍ମଚାରୀମାନେ ପିଙ୍ଗୁଆ ବସଷ୍ଟାଣ୍ଡ ନିକଟସ୍ଥ ବାଣ ଦୋକାନ ଚେକିଂ କରୁଥିଲେ।
ଉକ୍ତ ସମୟରେ ବସଷ୍ଟାଣ୍ଡ ନିକଟରେ ଥିବା ଦୋକାନୀଙ୍କ ସାଙ୍ଗେ କିଛି ସମୟ ପାଇଁ ପୁଲିସ୍ କର୍ମଚାରୀଙ୍କ ବଚସା ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଯୁବକ ଏଭଳି ଘଟଣା ଘଟାଇଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
The post ବାଣ ପାଇଁ ବଚସା: ପୁଲିସ୍ ବାଇକ୍ ଜାଳିଦେଲେ ଦୋକାନୀ appeared first on Odisha Reporter.
from Odisha Reporter https://ift.tt/31n4Pg6
No comments:
Post a Comment