ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ରାସ୍ତାରେ ଛିଡ଼ା ହୋଇଥିଲା ଟ୍ରକ୍। ହଠାତ୍ ନିଆଁ ଲାଗି ହୁତହୁତ ହୋଇ ଜଳିଗଲା। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଗତ ରାତିରେ ଝାରସୁଗୁଡ଼ା ବିଟିଏମ୍ ବାଇପାସ ନିକଟରେ ଘଟିଯାଇଛି।
ଝାରସୁଗୁଡା ସମ୍ବଲପୁର ରାସ୍ତାର ବିଟିଏମ ବାଇପାସ ଛକର ଅଳ୍ପ ଦୂରରେ ଗତ ରାତିରେ ଏକ ଟ୍ରକ୍ ଅଟକି ରହିଥିଲା। ମାତ୍ର ହଠାତ୍ ଟ୍ରକଟି ଜଳୁଥିବା ଦେଖି ରାସ୍ତାରେ ଯାଉଥିବା ପଥଚାରୀ ସଦର ଥାନା ଓ ଦମକଳ ବାହିନୀକୁ ଖବର ଦେଇଥିଲେ ।
ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା ତାହା ଜଣା ପଡ଼ିନାହିଁ । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
The post ରାସ୍ତାରେ ଛିଡ଼ା ହୋଇଥିଲା ଟ୍ରକ୍, ହଠାତ୍ ଜଳିଗଲା appeared first on Odisha Reporter.
from Odisha Reporter https://ift.tt/3bIwQ3W
No comments:
Post a Comment