ଘରେ ପ୍ରସ୍ତୁତ କରନ୍ତୁ ତନ୍ଦୁରୀ ଆଳୁ ମସାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 23, 2021

ଘରେ ପ୍ରସ୍ତୁତ କରନ୍ତୁ ତନ୍ଦୁରୀ ଆଳୁ ମସାଲା

ଆବଶ୍ୟକ ସାମଗ୍ରୀ: ଆଳୁ, ରିଫାଇନ, ବଡ଼ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ, ଲୁଣ, ଲଙ୍କା ଗୁଣ୍ଡ ହଳଦୀ, ତନ୍ଦୁରୀ ଚିକେନ ମସାଲା, , କିଚେନ କିଙ୍ଗ ମସାଲା, ଗରମ ମସାଲା, ଦହି, ଟମାଟୋ ପ୍ୟୁରି, ଘିଅ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖି ଦିଅନ୍ତୁ। ଏହାପରେ କରେଇରେ ଏକ ଚାମଚ ରିଫାଇନ ପକାନ୍ତୁ। ସେଥିରେ ଗୋଟିଏ ବଡ଼ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ ପକାଇ ସ୍ଲୋ ଫ୍ଲେମରେ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ। ଏହା ହାଲକା ଲାଲ ହେବା ପରେ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ।  ଏହାପରେ ସେଥିରେ କଶ୍ମୀର ଲାଲ ଲଙ୍କା, ଲୁଣ,ହଳଦି,  ତନ୍ଦୁରୀ ଚିକେନ ମସଲା, , କିଚେନ କିଙ୍ଗ ମସଲା ଓ ଗରମ ମସାଲା ପକାନ୍ତୁ। ଏହାପରେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ। ଗ୍ୟାସ୍‌କୁ ସ୍ଲୋ ଫ୍ଲେମରେ ରଖନ୍ତୁ। କିଛି ସମୟ ପରେ ମସଲାକୁ ଗୋଳାଇ ସେଥିରେ  ଦହି ପକାନ୍ତୁ। ଏହାଭୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ ଖଣ୍ଡ ସିଝା ଆଳୁ, କିଛି ପାଣି ପକାନ୍ତୁ । ଏହାକୁ ୨ ମିନିଟ୍‌ ପାଇଁ ଢାଙ୍କି ଦିଅନ୍ତୁ ।

ଏହାପରେ ଏକ କୋଇଲା ଖଣ୍ଡ ଆଣି ଗ୍ୟାସ୍‌ ଆଞ୍ଚ ଉପରେ ରଖି ଲାଲ ପକାନ୍ତୁ । ଏହାପରେ ପ୍ରସ୍ତୁତ ହୋଇଥିବା  ତରକାରୀ  ଉପରେ ଏକ ଛୋଟ ଗିନା ରଖି ଗରମ ହୋଇଥିବା କୋଇଲାକୁ ତା’ ଭିତରେ ରଖନ୍ତୁ। ଏହାପରେ ଉକ୍ତ ଗିନାରେ ଗୋଟିଏ ଚାମଚ ଘିଅ ଦେଇ ତାହାକୁ ଘୋଡ଼ାଇ ଦିଅନ୍ତୁ।  କିଛି ସମୟ ପରେ ଢାଙ୍କୁଣି ଖୋଲି ସର୍ଭ କରନ୍ତୁ ଗରମ ଗରମ ତନ୍ଦୁରୀ ଆଳୁ ମସାଲା । ଏହାକୁ ରୁଟି କିମ୍ବା ଭାତ ସହ ଖାଇପାରିବେ।

The post ଘରେ ପ୍ରସ୍ତୁତ କରନ୍ତୁ ତନ୍ଦୁରୀ ଆଳୁ ମସାଲା appeared first on Odisha Reporter.



from Odisha Reporter https://ift.tt/3xdvat5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages