ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜଣ ଜୀଅନ୍ତା ଜଳିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 23, 2021

ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜଣ ଜୀଅନ୍ତା ଜଳିଗଲେ

ନୂଆଦିଲ୍ଲୀ: ବୁଲଗେରିଆରେ ଘଟିଛି ଛାତିଥରା ଘଟଣା। ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଆଉ ଏହି ଅଗ୍ନିକାଣ୍ଡରେ ୪୬ ଜଣ ଜିଅନ୍ତା ଦଗ୍ଧ ହୋଇଥିବା ନେଇ ବୁଲଗେରିଆନ୍ ନ୍ୟାଶନାଲ୍ ଟିଭି (ବିଏନଟି)ରେ ସୂଚନା ଦିଆଯାଇଛି। ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ସାମିଲ୍ ଅଛନ୍ତି। ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ୭ ଜଣଙ୍କୁ ସୋଫିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ସମୟ ସକାଳ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ସୋଫିଆରେ ଉତ୍ତର ମାକେଡୋନିଆର ଦୂତାବାସର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ଅଧିକାଂଶ ପୀଡିତ ବ୍ୟକ୍ତି ଉତ୍ତର ମାକେଡୋନିଆର ନାଗରିକ। ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ଘଟଣା ଘଟିଥିବା ସ୍ଥାନକୁ ସିଲ୍ କରାଯାଇଛି।

ଉତ୍ତର ମାସିଡୋନିଆରେ ରହୁଥିବା ଲୋକେ ଓ ଶିଶୁ ଏହି ବସରେ ଥିଲେ। ସୋଫିଆରୁ ପାଖାପାଖି ୪୫ କିଲୋମିଟର ଦୂର ପଶ୍ଚିମରେ ଷ୍ଟ୍ରୁମା ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ବସରେ ୫୩ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ସୋଫିଆର ଜରୁରୀକାଳୀନ ଡାକ୍ତରଖାନାର ଅଧିକାରୀ କହିଛନ୍ତି ଯେ ଜଳନ୍ତା ଅବସ୍ଥାରେ ବସରୁ ଜଣ ଲୋକ ଡେଇଁ ପଡିଥିଲେ। ବର୍ତ୍ତମାନ ସେହି ୭ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଷ୍ଟେଫାନ ୟାନେଭ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ପରିଦର୍ଶନ କରିଛନ୍ତି। ଉତ୍ତର ମାକେଡୋନିଆର ବୈଦେଶିକ ମନ୍ତ୍ରୀ ବୁଜର୍ ଉସମାନୀ କହିଛନ୍ତି ଯେ ଲୋକମାନେ ଇସ୍ତାନବୁଲରୁ ସପ୍ତାହନ୍ତ ଛୁଟି ମନାଇବା ପରେ ଉତ୍ତର ମାକେଡୋନିଆର ରାଜଧାନୀ ସ୍କୋପିଜେକୁ ଫେରୁଥିଲେ। ଆଉ ସେହି ସମୟରେ ଏହି ଅଘଟଣ ଘଟିଛି।

The post ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜଣ ଜୀଅନ୍ତା ଜଳିଗଲେ appeared first on Odisha Reporter.



from Odisha Reporter https://ift.tt/3cHNtNo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages