ନୂଆଦିଲ୍ଲୀ: ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ୩୦ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡମିରାଲ କରମବୀର ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ଆର ହରି କୁମାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ ଭାବେ କାର୍ଯ୍ୟ କରୁଛନ୍ତି। ନୌସେନାର କାର୍ଯ୍ୟନିର୍ବାହୀ ବ୍ରାଞ୍ଚରେ ହରି କୁମାର ୧୯୮୩ ମସିହା ଜାନୁଆରୀ ୧ରେ ନିଯୁକ୍ତ ପାଇଥିଲେ।
ଏହି ୩୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନାର ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ସେ ଆଇଏନଏସ୍ ବିରାଟ ଓ ମିସାଇଲ ବିଧ୍ୱଂସକାରୀ ଆଇଏନଏସ୍ ରଣବୀରର ପରିଚାଳନା ଦାୟିତ୍ୱ ସମ୍ପାଦନ କରିଛନ୍ତି। ଏହା ବ୍ୟତୀତ ଆର ହରି କୁମାର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ତେଣୁ ତାଙ୍କୁ ନୌସେନାର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ୩୦ ତାରିଖ ମଧ୍ୟାହ୍ନରୁ ସେ ନୌସେନା ମୁଖ୍ୟ ଭାବେ କାମ ଆରମ୍ଭ ରକିବେ।
ଅନ୍ୟପକ୍ଷରେ ଭାରତୀୟ ପୁଲିସ ସେବା ବିଭାଗର ବରିଷ୍ଠ ଅଧିକାରୀ ସେଲ ବର୍ଦ୍ଧନ ସିଂହ ଓ ଅତୁଲ କରୱାଲଙ୍କୁ ଯଥାକ୍ରମେ ସିଆଇଏସଏଫ ଏବଂ ଏନଡିଆରଏଫର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ୧୯୮୬ ବ୍ୟାଚର ବିହାର କ୍ୟାଡର ଆଇପିଏସ୍ ଶ୍ରୀ ସିଂହ ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ସେ ୨୦୨୩ ମସିହା ଅଗଷ୍ଟ ୩୧ ଯାଏ ସିଆଇଏସ୍ଏଫର ମହାନିର୍ଦ୍ଦେଶକ ଭାବେ କରିବେ।
Vice Admiral R Hari Kumar has been appointed as the next chief of naval staff by the government. He is presently Flag Officer Commanding-in-Chief Western Naval Command and will take over his new office on November 30: Ministry of Defence pic.twitter.com/usn0JgxKA5
— ANI (@ANI) November 9, 2021
ସେହିପରି ୧୯୮୮ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇପିଏସ୍ ଶ୍ରୀ କରୱାଲଙ୍କୁ ଏନଡିଆରଏଫର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। କରୱାଲ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
The post ଭାଇସ ଆଡମିରାଲ ଆର ହରି କୁମାର ହେବେ ନୌସେନା ମୁଖ୍ୟ, ଏନଡିଆରଏଫ ମୁଖ୍ୟ କିଏ ହେଲେ appeared first on Odisha Reporter.
from Odisha Reporter https://ift.tt/3qoVONZ
No comments:
Post a Comment