ପୁଅକୁ ପାଇଲେନି, ବାପାଙ୍କୁ ଟେକି ନେଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ପୁଅକୁ ପାଇଲେନି, ବାପାଙ୍କୁ ଟେକି ନେଲେ ଦୁର୍ବୃତ୍ତ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):  ପୁଅ ସହ ଥିଲା ଶତ୍ରୁତା। ହେଲେ ବାପା ଉପରେ ରାଗ ଶୁଝାଇଲେ। ପୁଅକୁ ଅପହରଣ କରିବାକୁ ଆସି  ଘରେ ପଶିଲେ। ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ ଚଳାଇଲେ ।  ମାରପିଟ ଏବଂ ଭଂଗାରୁଜା କଲେ। ଶେଷରେ ପୁଅକୁ ନ ପାଇ ବାପାକୁ ଅପହରଣ କରିନେଇଗଲେ।

ଏପରି ସାଂଘାତିକ ଘଟଣା ଗତ ରାତିରେ ବଲାଙ୍ଗିର ସହର ଗୋପବନ୍ଧୁପଡ଼ାରେ ଘଟିଛି। ବିମଳ ବେହେରାଙ୍କୁ ଅପହରଣ ଟାର୍ଗେଟ କରିଥିବା ଦୁର୍ବୃତ୍ତ ଶେଷରେ ତାଙ୍କ ବାପା ଶିବପ୍ରସାଦ ବେହେରାଙ୍କୁ ଅପହରଣ କରିନେଲେ ।

ଦୁର୍ବୃତ୍ତମାନେ ଗାଡ଼ି ଭଙ୍ଗାରୁଜା କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୩ ଦିନ ତଳେ କୌଣସି କାରଣକୁ ନେଇ ବିମଳ ବେହେରାଙ୍କର ନିଜ ସାଙ୍ଗମାନଙ୍କ ସହିତ ଝଗଡା ହୋଇଥିଲା । ଗତକାଲି ହଠାତ ୧୫ ରୁ ୨୦ ଜଣ ଯୁବକ ଅସ୍ତ୍ରଶସ୍ତ୍ର ଧରି ବିମଳଙ୍କ ଘରେ ପହଞ୍ଚିଥିଲେ । ବିମଳ ଘରେ ନ ଥିବାରୁ ଘର ଯାକ ଆତଙ୍କ ସୃଷ୍ଟି କରିଥିଲେ । ବ୍ୟାପକ ଭଙ୍ଗାରୁଜା କରିବା ସହିତ ବିମଳଙ୍କ ବାପା ଶିବପ୍ରସାଦ ବେହେରାଙ୍କୁ ଅପହରଣ କରିନେଇଥିଲେ ।

ଶିବପ୍ରସାଦ ବେହେରାଙ୍କ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା ।ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ଅଧବାଟରେ ଛାଡି ଦେଇଥିବା ଜଣାଯାଇଛି।

ଅପହରଣ କରିଥିବା ଯୁବକ ମାନଙ୍କ ମଧ୍ୟରୁ କିଛି ଯୁବକ କଦମ୍ୱପଡାର ବୋଲି ଜଣାପଡିଛି ।  ଏଭଳି ଘଟଣାକୁ ନେଇ ଗୋପବନ୍ଧୁନଗର ପଡାର ଭୟର ମାହୋଲ ଦେଖାଦେଇଛି ।

The post ପୁଅକୁ ପାଇଲେନି, ବାପାଙ୍କୁ ଟେକି ନେଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/3okV2zg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages