ଯିଏ ମଥାରେ ସିନ୍ଦୂର ଦେଇଥିଲା, ସିଏ ହିଁ ତଣ୍ଟି ଚିପି ଦେଲା, ବର୍ଷେ ପରେ ମିଳିଲା ଚୁଡ଼ି ଓ ହାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ଯିଏ ମଥାରେ ସିନ୍ଦୂର ଦେଇଥିଲା, ସିଏ ହିଁ ତଣ୍ଟି ଚିପି ଦେଲା, ବର୍ଷେ ପରେ ମିଳିଲା ଚୁଡ଼ି ଓ ହାଡ଼

କେନ୍ଦୁଝର(ପ୍ରଣୟ ପାଣି):କଥା ଦେଇଥିଲା ସାତ ଜନ୍ମ ସାଥୀ ହୋଇ ରହିବ ବୋଲି, ଯେତେ ଝଡ଼ଝଞ୍ଜା ଆସିଲେ ବି ହାତ ଛାଡ଼ିବ ନାହିଁ ବୋଲି ବି କହିଥିଲା। ଯାହା ପ୍ରେମରେ ପଡ଼ି ଯୁବତୀଟି ନିଜ ଘରଦ୍ୱାରା ଛାଡ଼ିଦେଲା, ଶେଷରେ ସେଇ ସ୍ୱାମୀ ହିଁ ଜୀବନ ନେଇଗଲା। ଯାହା ମଥାରେ ସିନ୍ଦୂର ଦେଇ ଜନ୍ମ ଜନ୍ମ ପାଇଁ ନିଜର କରିଥିଲା , ସାମାନ୍ୟ ରାଗ ଯୋଗୁ ତଣ୍ଟି ଚିପି ତା’ର ଜୀବନ ନେଇଗଲା। ଏପରି ବିଭତ୍ସ ହତ୍ୟାକାଣ୍ଡ ଘଟିବାର ବର୍ଷେ ପରେ ପଦାକୁ ଆସିଲା। ଧରା ପକାଇଦେଲା ଚୁଡ଼ି ଓ ହାଡ଼ । ଏଭଳି ଅଭାବନୀୟ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ ଘଟିଛି ।

ସୂଚନା ଅନୁଯାୟୀ, ଉପର କାଦକଳା ଗାଁର ଚକ୍ରଧର ଘଣା ଓ ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ମାତ୍ର ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କୁ ଚକ୍ରଧରଙ୍କ ପରିବାର ଗ୍ରହଣ କଲେ ନାହିଁ। ଏହାପରେ ଦୁହେଁ ଘର ଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁରଠାରେ ରହୁଥିଲେ ।

ଗିରଫ ବ୍ୟକ୍ତି ।

ହେଲେ, ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା । ଝିଅ କେଉଁଠି ବୋଲି ପଚାରି ପଚାରି ମଧ୍ୟ ଚକ୍ରଧରଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇପାରି ନ ଥିଲେ। ଏହାପରେ ସନ୍ଦେହ ହେବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ ନବାତଙ୍କ ପରିବାର ।

ଗତ କିଛି ଦିନ ହେବ ଥାନାରେ ଚକ୍ରଧରଙ୍କୁ ପଚରାଉଚୁରା କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଯୋଗୁ  ତଣ୍ଟି ଚିପି ନବାତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ପ୍ରଥମେ ତାଙ୍କୁ  ଜୁଡ଼ିଆ ଘାଟିକୁ ନେଇଥିଲେ। ଏହାପରେ ସେଠାରେ ତଣ୍ଟି ଚିପି ପୋତି ଦେଇଥିଲେ ବୋଲି ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି ଚକ୍ରଧର।

ଏହାପରେ ପୁଲିସ୍‌ ଗତକାଲି ଜୁଡ଼ିଆ ଘାଟିରେ ତଲାସୀ ଆରମ୍ଭ କରି ମୃତଦେହ ପୋତା ଯାଇଥିବା ସ୍ଥାନକୁ ଖୋଳିଥିଲା। ଏହାପରେ ସେଠାରୁ ନବାତଙ୍କ ହାଡ ଓ ଚୁଡ଼ି ଆଦି ଠାବ କରିଛି ପୁଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫରେନସିକ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କାର୍ଯ୍ୟ ସାରିଛନ୍ତି । ଏହାପରେ ଚକ୍ରଧରଙ୍କୁ ପୁଲିସ୍‌ ନିଜ ହେପାଜତକୁ ନେଇଛି।

The post ଯିଏ ମଥାରେ ସିନ୍ଦୂର ଦେଇଥିଲା, ସିଏ ହିଁ ତଣ୍ଟି ଚିପି ଦେଲା, ବର୍ଷେ ପରେ ମିଳିଲା ଚୁଡ଼ି ଓ ହାଡ଼ appeared first on Odisha Reporter.



from Odisha Reporter https://ift.tt/3CbEPRI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages