ନୂଆଦିଲ୍ଲୀ: ଆଜି ପ୍ରଦାନ କରାଯିବ ଦେଶର ସବୋର୍ଚ୍ଚ କ୍ରୀଡ଼ା ପୁରସ୍କାର। ରାଷ୍ଟ୍ରପତି ଭବନରେ ଆଜି ଦେଶର ସର୍ବ ଶ୍ରେଷ୍ଠ ଓ ଉତ୍ତମ ଖେଳାଳୀଙ୍କୁ ଜାତୀୟ କ୍ରିଡ଼ା ପୁରସ୍କାରରେ ସମ୍ମାନିତ କରାଯିବ। ନାଁ ପରିବର୍ତ୍ତନ ହେବା ପରେ ପ୍ରଥମ ଥର ପାଇଁ ମେଜର ଧ୍ୟାନ ଚନ୍ଦ୍ର ଖେଳ ରତ୍ନ ପୁରସ୍କାର ଦିଆଯିବ। ଏଥର ଓଡ଼ିଆ ସୁନା ପୁଅ ପ୍ରମୋଦ ଭଗତଙ୍କୁ ମିଳିବ ଏହି ସମ୍ମାନ ।
ସେହିଭଳି ଅଲମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଜାଭଲିନ୍ ପ୍ଲେୟାର ନିରଜ ଚୋପ୍ରା, ଅବନୀ ଲେଖରା, ମନୀଷ ନରୱାଲ, ଭାରତୀୟ ହକି ଟିମ୍ ଅଧିନାୟକ ମନପ୍ରୀତ ସିଂହ, ଫୁଟବଲ ଟିମ୍ କ୍ୟାପଟେନ୍ ସୁନୀଲ ଛେତ୍ରୀଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର। ସେହିଭଳି ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ବକ୍ସର ସିମରଜିତ୍ କୌର, କ୍ରିକେଟର ଶିଖର ଧୱନ, ଖଳି ଖେଳାଳୀ ମୋନିକା, ଟେନିସ୍ ଖେଳାଳି ଅଙ୍କିତା ରୈନାଙ୍କ ଭଳି ୩୫ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ଏହାଛଡ଼ା ଶ୍ରେଷ୍ଠ କୋଚ୍ ପାଇଁ ଦୌଣାଚାର୍ଯ୍ୟ ସମ୍ମାନ ସମେତ ଅନ୍ୟ କ୍ରୀଡ଼ା ପୁରସ୍କାର ଦିଆଯିବ । ରାଷ୍ଟ୍ରପତି ଭବନରେ ଦୁଇଟି ପର୍ଯ୍ୟାୟରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି।
୨୦୨୧ ବର୍ଷ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବେଶ୍ ସ୍ମରଣୀୟ ବର୍ଷ ରହିଛି। ଭାରତୀୟ କ୍ରୀଡ଼ାବିତ୍ ଭାବେ ଉଭୟ ଟୋକିଓ ଅଲିମ୍ପିକ୍ସ ଓ ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଥିଲେ। ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପାରାଲିମ୍ପିକ୍ସ ପୂର୍ବରୁ ପ୍ରମୋଦଙ୍କ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରାଯାଇଥିଲା। ସେହିପରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
The post ପ୍ରମୋଦ ଭଗତଙ୍କୁ ଅପେକ୍ଷା କରିଛି ରାଷ୍ଟ୍ରପତି ଭବନ appeared first on Odisha Reporter.
from Odisha Reporter https://ift.tt/3DbJBzS
No comments:
Post a Comment