ମିଳିଲା ୪ କୋଟିର ଧଳା ଜହର, ଗୁଜରାଟ ବ୍ୟବସାୟୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ମିଳିଲା ୪ କୋଟିର ଧଳା ଜହର, ଗୁଜରାଟ ବ୍ୟବସାୟୀ ଗିରଫ

ମୁମ୍ବାଇ: ପୁଣିଥରେ ମୁମ୍ବାଇରୁ ଜବତ ହୋଇଛି ବିପୁଳ ପରିମାଣର ହେରୋଇନ ବା ଧଳା ଜହର। ଏହି ଘଟଣାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଗୁଜରାଟର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଜବତ ହେରୋଇନର ଓଜନ ୭୦୦ ଗ୍ରାମ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବା। ହେରୋଇନକୁ ମୁମ୍ବାଇ ଏୟାରପୋର୍ଟ ନିକଟରେ ଥିବା କାର୍ଗୋ କମ୍ପ୍ଲେକ୍ସରୁ ଜବତ କରାଯାଇଥିଲା।

ଏନସିବିର ଜୋନାଲ ୟୁନିଟ ଗୋଟିଏ ପାର୍ସଲ ଦ୍ୱାରା ଇଣ୍ଟରନ୍ୟାଶନାଲ କ୍ରୁଜ୍‌ ଟର୍ମିନାଲରେ ଡ୍ରଗ୍ସ ଚାଲାଣ ହେଉଥିବା ଖବର ପାଇଥିଲା। ସୂଚନା ମିଳିବା ମାତ୍ରେ ସୋମବାର କମ୍ଲେକ୍ସ ହଲ୍‌ରେ ଏନସିବି ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ଅଧିକାରୀମାନେ ଗୋଟିଏ ପ୍ୟାକେଟରେ ଥିବା ୭୦୦ ଗ୍ରାମର ଧଳା ପାଉଡର ଠାବ କରିଥିଲେ। ପରୀକ୍ଷା ପରେ ଏଗୁଡିକ ଡ୍ରଗ୍ସ ବୋଲି ଜଣାପଡ଼ିଥିଲା।

ଏହି ଘଟଣାରେ ଏନସିବି ମାମଲା ରୁଜୁ କରିବା ସହ ପାର୍ସଲରେ ନାଁ ରହିଥିବା ଗୁଜରାଟର ବରୋଦରାରେ ରହୁଥିବା ବ୍ୟବସାୟୀ କ୍ରିଷ୍ଣା ମୁରାରୀ ପ୍ରସାଦଙ୍କୁ ଗୁରୁବାର ସମନ କରିଥିଲା। ତାଙ୍କୁ ଦୀପାବଳିରେ ଘନଘନ ଜେରା କରିବା ପରେ ଏନସିବି ଶେଷରେ ତାଙ୍କୁ ଗିରଫ କରିଛି।

ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି। ଘଟଣାର ପଛର ପ୍ରକୃତ କାରଣ ଓ ଏହି ଡ୍ରଗ୍ସ ଚାଲାଣ ପଛରେ କେଉଁମାନେ ସବୁ ଅଛନ୍ତି, ତା’ର କାରଣ ଏନିସିବି ଖୋଜିବାରେ ଲାଗିଛି। ସେହିପରି ଗିରଫ କ୍ରିଷ୍ଣାଙ୍କୁ ରିମାଣ୍ଡରେ ଆଣିବାକୁ ମଧ୍ୟ ଏନସିବି ଲକ୍ଷ୍ୟ ରଖିଛି।

The post ମିଳିଲା ୪ କୋଟିର ଧଳା ଜହର, ଗୁଜରାଟ ବ୍ୟବସାୟୀ ଗିରଫ appeared first on Odisha Reporter.



from Odisha Reporter https://ift.tt/3q9bSnd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages