ଭାରତୀୟ ଉପମହାଦେଶରେ କରୋନା ଅଧିକ ଘାତକ ହେବାର କାରଣ ଜିନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ଭାରତୀୟ ଉପମହାଦେଶରେ କରୋନା ଅଧିକ ଘାତକ ହେବାର କାରଣ ଜିନ୍‌!

ଲଣ୍ଡନ: ଭାରତ ସମେତ କିଛି ରାଷ୍ଟ୍ରରେ ଏବେ ମହାମାରୀ କରୋନାର ପ୍ରକୋପ ସାମନ୍ୟ ଶିଥିଳ ପଡ଼ିଛି। କରୋନାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ଜୋରଦାର କରାଯାଇଛି। ତଥାପି ବୈଜ୍ଞାନିକମାନେ କରୋନା ଭାଇରସ ସହ ଜଡ଼ିତ ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି।

ନିକଟରେ ବୈଜ୍ଞାନିକମାନେ କରିଥିବା ଗବେଷଣାରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଭାରତୀୟ ଉପମହାଦେଶର କେତେକ ଗୋଷ୍ଠୀର ଲୋକଙ୍କଠାରେ ଥିବା ଏକ ଜିନ୍‌ ଯୋଗୁ କରୋନା ଭାଇରସ ଶ୍ୱାସକ୍ରିୟା ପ୍ରତି ଦୁଇ ଗୁଣ ଅଧିକ ବିପଦ ସୃଷ୍ଟି କରିବାକୁ ସକ୍ଷମ ହେଉଛି। ଖାସ ଏହି ଜିନ୍‌ ଥିବା ଲୋକଙ୍କୁ କରୋନା ଭାଇରସ ପ୍ରତି ଅଧିକ ସମ୍ବେଦନଶୀଳ ବୋଲି କୁହାଯାଏ ବୋଲି ଗବେଷଣାରୁ ତଥ୍ୟ ମିଳିଛି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଜିନ୍‌ର ଏକ ଉଚ୍ଚ ସମ୍ବେଦନଶୀଳ ସଂସ୍କରଣ ସେଲ ଲାଇନିଂ ଏୟାରୱେଜ ଓ ଫୁସଫୁସକୁ ଭାଇରସ ବିରୋଧରେ ଲଢ଼େଇ କରିବାରେ ରୋକିଥାଏ। ଫଳରେ ଭାଇରସ ସହ ଶରୀର ଠିକ୍‌ ଭାବେ ଲଢ଼ି ପାରି ନଥାଏ। ଏଥିଯୋଗୁ ସ୍ୱତନ୍ତ୍ର ଜିନ୍‌ ଯୋଗୁ ଜଣେ କରୋନା ଆକ୍ରାନ୍ତ ଅଧିକ ଅସୁସ୍ଥ ହେବା ସହ ପ୍ରାଣ ମଧ୍ୟ ହରାଇ ଥାଆନ୍ତି।

ଦକ୍ଷିଣ ଏସିଆର ପ୍ରାୟ ୬୦% ଲୋକଙ୍କ ଶରୀରରେ ଏହି ଜିନ୍‌ ରହିଥିବା ବେଳେ ମାତ୍ର ୧୫% ୟୁରୋପୀୟଙ୍କ ପାଖରେ ଏହା ରହିଛି। ତେଣୁ ଭାରତୀୟ ଉପ ମହାଦେଶରେ ରହୁଥିବା ଲୋକଙ୍କ ଜିନ୍‌ ହିଁ କରୋନା ଭାଇରସକୁ ଅଧିକ ଘାତକ କରିଛି ବୋଲି ସେମାନେ କହିଛନ୍ତି।

ଭାରତୀୟ ଉପ ମହାଦେଶର କିଛି ଲୋକଙ୍କ ପାଇଁ କରୋନା କାହିଁକି ଅଧିକ ମାରାତ୍ମକ ରୂପ ସାଜିଥିଲା, ତା’ର କାରଣ ଜାଣିବା ପାଇଁ ଗବେଷକମାନେ ଚେଷ୍ଟା କରିଥିଲେ। ଏହି ସମୟରେ ଏପରି ଜିନ୍‌ ସମ୍ପର୍କରେ ତଥ୍ୟ ମିଳିଛି। ତଥାପି ଗବେଷକମାନେ କହିଛନ୍ତି ଯେ କେବଳ ଜିନ ପାଇଁ ଯେ ଏପରି ଘଟୁଛି ବୋଲି କହିବା ସଂପୂର୍ଣ୍ଣ ଭାବେ ଠିକ ନୁହେଁ। ଏହା ଗୋଟିଏ କାରଣ ହୋଇପାରେ। ଏହାବାଦ ସାମାଜିକ, ଅର୍ଥନୀତିକ ଅବ୍ୟବସ୍ଥା ଭଳି ଅନ୍ୟାନ୍ୟ କାରଣ ମଧ୍ୟ କରୋନାକୁ ଘାତକ ରୂପରେ ପରିଣତ କରିବାରେ ସହାୟତା ହୋଇଥାଏ।

ରିପୋର୍ଟ ଅନୁଯାୟୀ, ଯେଉଁମାନଙ୍କର LZTFL1 ନାମକ ଜିନ୍ ଅଛି, ସେମାନେ ଟିକାକରଣ ଦ୍ୱାରା ବହୁତ ଉପକୃତ ହୋଇପାରିବେ। ଅକ୍ସଫୋର୍ଡର ଜେନୋମିକ୍ସର ଆସୋସିଏଟ୍ ପ୍ରଫେସର ଜେମ୍ସ ଡେଭିଜ୍ କହିଛନ୍ତି ଯେ ଏପରି ଗବେଷଣା ଗୁରୁତ୍ୱପୂର୍ଣ୍ଣ। କାରଣ ଅଧିକାଂଶ ଚିକିତ୍ସା ପଦ୍ଧତି ଭାଇରସର ପ୍ରତିରକ୍ଷା ପ୍ରଣାଳୀର ପ୍ରତିକ୍ରିୟା ବଦଳାଇବା ଉପରେ କେନ୍ଦ୍ରିତ ହୋଇଥାଏ। ନୂଆ ତଥ୍ୟ ଚିକିତ୍ସା ପଦ୍ଧତିକୁ ବଦଳାଇବାରେ ସହାୟକ ହେବ। ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ ଓ ଅତ୍ୟାଧୁନିକ ମଲିକୁଲାର ଟେକ୍ନୋଲୋଜି ସାହାଯ୍ୟରେ ଏହି ଜିନକୁ ଚିହ୍ନଟ କରାଯାଇଛି।

ଯଦି ଆପଣଙ୍କ ଶରୀରରେ ଏହି ସମ୍ବେଦନଶୀଳ ଜେନୋଟାଇପ୍ ଅଛି, ତା’ହେଲେ ଆପଣ କରୋନାରେ ଆକ୍ରାନ୍ତ ହେଲେ ଅଧିକ ଅସୁସ୍ଥ ହୋଇଯିବେ ବୋଲି ସେ କହିଛନ୍ତି।

The post ଭାରତୀୟ ଉପମହାଦେଶରେ କରୋନା ଅଧିକ ଘାତକ ହେବାର କାରଣ ଜିନ୍‌! appeared first on Odisha Reporter.



from Odisha Reporter https://ift.tt/3qatJKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages