ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଆଗାମୀ ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ମୋହର ବାଜିବ। ଆଜି ଅପରାହ୍ନ ୫ଟା ୪୫ମିନିଟରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ।
୨୦୨୧-୨୨ ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଞ୍ଜୁରୀ ଉପରେ ମଧ୍ୟ ଆଲୋଚନା ହେବ। ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ। ଏହାପରେ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ଲାଗିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ଯୋଗେ ପ୍ରଥମେ ମନ୍ତ୍ରିପରିଷଦ ଓ ପରେ କ୍ୟାବିନେଟ ବୈଠକ ହେବ।
ସୂଚନାଯୋଗ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ଏବେ ଅଧିକାଂଶ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ରହିଥିବାରୁ ସେମାନେ ସମ୍ପୃକ୍ତ ଜିଲ୍ଲା ଅବା ବ୍ଲକ୍ ମୁଖ୍ୟାଳୟରୁ ଭର୍ଚୁଆଲ ମୋଡରେ ବୈଠକରେ ସାମିଲ ହେବେ ବୋଲି ଜଣାପଡ଼ିଛି।
The post ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ୍ ବୈଠକ appeared first on Odisha Reporter.
from Odisha Reporter https://ift.tt/3CCy5ws
No comments:
Post a Comment