‘ମହିଳା ସାଂସଦ ଭାବେ ମୁଁ ଅସୁରକ୍ଷିତ, ମୋର ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

‘ମହିଳା ସାଂସଦ ଭାବେ ମୁଁ ଅସୁରକ୍ଷିତ, ମୋର ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ରାତିରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଚାର୍ଯ୍ୟ ବିହାର ଯାଇଥିବା ବେଳେ ସେଠାରେ ଘଟିଥିଲା ତୁମୁଳ କାଣ୍ଡ। ଯୁକ୍ତିତର୍କରୁ ଆରମ୍ଭ ହୋଇ କଥା ଗାଳିଗୁଲଜ, ହାତାହାତି, ଟେକାପଥର ତଥା ଅଣ୍ଡା ମାଡ଼ ଯାଏ ଗଲା। ୨ ଗୋଷ୍ଠି ମୁହାଁମୁହିଁ ହେଲେ। ହୋ-ହଲ୍ଲା, ହଙ୍ଗାମା ଉତ୍ତେଜନା ଭିତରେ ଉଠିଲା ପଡ଼ିଲା ଆଚାର୍ଯ୍ୟ ବିହାର ପାଣି ଟାଙ୍କି କଲୋନୀ। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗୋଟିଏ ଘରେ ଫସି ରହିଲେ ସାଂସଦ, ବାହାରକୁ ବାହାରି ପାରିଲେନି। ଶେଷରେ ପୁଲିସ୍‌ ପହଞ୍ଚି ଏସକର୍ଟ କରି ନେବା ପରେ ସେଠାରୁ ବାହାରିଥିଲେ ସାଂସଦ। ଏନେଇ ଥାନାରେ ଅଭିଯୋଗ ହୋଇଛି।

ଏହି ଘଟଣା ଅତ୍ୟନ୍ତ ଦୁଃଖିତ କରିଥିଲେ ବି ଭୟଭୀତ କରିପାରି ନାହିଁ ବୋଲି ଆଜି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସାଂସଦ ଷଡଙ୍ଗୀ। ଏହାଦ୍ୱାରା କାମ କରିବାର ସ୍ପୃହା ଆହୁରି ବଢ଼ି ଯାଇଥିବା ସେ କହିଛନ୍ତି ।  ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି କୁହାଯାଉଛି। ହେଲେ ସେ ଆଜି ଅସୁରକ୍ଷିତ। ରାଜଧାନୀ ଭୁବନେଶ୍ୱରର ସାଂସଦ ହୋଇ ବି ଜଣେ ମହିଳା ଭାବେ ସେ ନିଜେ ଅସୁରକ୍ଷିତ ବୋଲି ଅପରାଜିତା କହିଛନ୍ତି। ଏଥିସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ସମସ୍ତ ଘଟଣା ପାଇଁ ସେ ଘରର ମୁରବୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ଘଟଣା ଜାଣି ଚୁପ୍‌ ରହୁଛନ୍ତି, ନା ତାଙ୍କୁ ଏ ସମ୍ପର୍କରେ କିଛି ଅବଗତ କରାଯାଉନି ସେ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଅପରାଜିତା। ଏଥିସହ  ଆସନ୍ତା ୨୪ ଘଣ୍ଟା ଭିତରେ ଘଟଣାରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ ଲାଗି ଦାବି କରିଛନ୍ତି।

ଏଥିସହ କହିଛନ୍ତି, ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ଜାଣିଛନ୍ତି କି ନାହିଁ ତାହା ଜାଣିନି। ୨୯ ନଭେମ୍ବରରୁ ସଂସଦ ଆରମ୍ଭ ହେଉଛି। ଏନେଇ ସଂସଦରେ କଥା ଉଠାଇବି। ଏଥିସହ କହିଛନ୍ତି ମୁଁ କାଲିଠୁ ଗାଁ କୁ ଗାଁ ୱାର୍ଡକୁ ୱାର୍ଡ ବୁଲୁବି। ମୁଁ ଜଣେ ନିର୍ବାଚିତ ପ୍ରତିନିଧୀ। ମୋତେ ସୁରକ୍ଷା ଦେବାର ଦାୟିତ୍ୱ ରାଜ୍ୟ ସରକାରଙ୍କର।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଗତ ରାତିର ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା। ମହିଳା ସାଂସଦ ହୋଇଥିବାରୁ ରାଜ୍ୟ ସରକାର ତାଙ୍କୁ କାମ କରାଇବାକୁ ଦେଉନାହାନ୍ତି। ଏପରିକି ସେ ଯାଉଥିବା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ହେଉଥିବା ସେ କହିଛନ୍ତି।

ନ୍ୟାସନାଲ କ୍ରାଇମ୍‌ ରେକର୍ଡ ରିପୋର୍ଟ ଅନୁସାରେ ମହିଳାଙ୍କ ପ୍ରତି ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ହେଲେ ରାଜ୍ୟ ସରକାର ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଇ ଓଡ଼ିଶାକୁ ୧ ନମ୍ବର କରିବା ଲାଗି ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି  ଏ  ଘଟଣା  ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ଅପରାଜିତା।

ଆଚାର୍ଯ୍ୟ ବିହାର କାର୍ଯ୍ୟକ୍ରମର ଆୟୋଜକଙ୍କୁ ଧମକ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ ନ କରିବାକୁ ଆୟୋଜକଙ୍କ ଉପରେ ଚାପ ପକାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ଅପରାଜିତା। ଏଥିସହ ପ୍ରାୟ ୫ ଶହ ଲୋକ ଏକତ୍ରିତ ହୋଇଥିବା ବେଳେ ଅଣ୍ଡା ମାଡ଼, ପଥର ମାଡ଼, ଟେକା ମାଡ଼ ହେଲା।

ସୂଚନା ଅନୁଯାୟୀ, ସାଂସଦଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ବିରୋଧୀ ଏପରି କାଣ୍ଡ ଘଟାଇଥିବା ତାଙ୍କ ସମର୍ଥକ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସାଂସଦଙ୍କ ବିରୋଧୀ ଗୋଷ୍ଠୀ ଉକ୍ତ ଘରର ମୁଖ୍ୟ ଫାଟକ ବନ୍ଦ କରିଦେଲେ। ଖବର ପାଇ ସହୀଦନଗର ପୁଲିସ୍‌ ଘଟଣାସ୍ଥଳକୁ ଗଲା। ହେଲେ ପୁଲିସ୍‌ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଲାନି। ଖବର ପାଇ ଅଧିକ ଫୋର୍ସ ଧରି ଡିସିପି ଘଟଣାସ୍ଥଳରେ ପହଞ୍ଚିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ପରେ ସାଂସଦ ବାହାରକୁ ଆସିଲେ। ଏନେଇ ସାଂସଦ ଥାନାରେ ଅଭିଯୋଗ କରିଛନ୍ତି।

 

The post ‘ମହିଳା ସାଂସଦ ଭାବେ ମୁଁ ଅସୁରକ୍ଷିତ, ମୋର ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ୱ’ appeared first on Odisha Reporter.



from Odisha Reporter https://ift.tt/316ciAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages