ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ, ଦ୍ୱିତୀୟ ପରାଜୟ ସହ ଚିଲି ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ, ଦ୍ୱିତୀୟ ପରାଜୟ ସହ ଚିଲି ବିଦା

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ବିଶ୍ୱକପ ହକିର ତୃତୀୟ ଦିନର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫-୧ଗୋଲରେ ଚିଲିକୁ ପରାସ୍ତ କରିଛି। ଏଥିସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିଦା ବିଜୟ ସ୍ୱାଦ ଚାଖିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ବେଲଜିୟମ ନିକଟରୁ ୧-୫ ଗୋଲରେ ହାରିଥିଲା। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ପରାଜୟ ସହ ଚିଲି ବିଶ୍ୱକପରୁ ଆଉଟ୍ ହୋଇଛି।

ଆଜି ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ଓ ଚିଲି ମ୍ୟାଚ୍ ଏକତରଫା ହୋଇଥିଲା। ପ୍ରଥମ କ୍ୱାର୍ଟରର ସପ୍ତମ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଟିଏ ଦମଦାର ଗୋଲ ଦେଇ ଚିଲି ଉପରେ ଚାପ ସୃଷ୍ଟି କରିଥିଲା। ଦଳ ପକ୍ଷରୁ ୧୯ନମ୍ବର ଜର୍ସିରେ ଥିବା ଇଦ୍ରିସ୍ ଅବଦୁଲା ଏହି ଗୋଲ ସ୍କୋର କରିଥିଲେ। ତାପରେ ଉଭୟ ଦଳ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଚାଲିଲା। କିନ୍ତୁ ଆଉ କାହାକୁ ସଫଳତା ମିଳିନଥିଲା। ପ୍ରଥମ କ୍ୱାର୍ଟର ଶେଷରେ ଦକ୍ଷିଣ ଆଫ୍ରିକା ୧-୦ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ନୂଆ ନୂଆ ଷ୍ଟ୍ରାଟେଜୀ ନେଇ ପୁଣି ଥରେ ପଡିଆକୁ ଓହ୍ଲାଇଥିଲେ। ଦୀର୍ଘ ୧୫ମିନିଟ କାଳ ଘମାଘୋଟ ଟକ୍କର ଚାଲିଲା। ହେଲେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଫଳରେ ହାଫ ଟାଇମ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ସେହି ୧-୦ଗୋଲରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟର ଆରମ୍ଭରେ ଦକ୍ଷିଣ ଆଫ୍ରିକା ପାର୍ଶ୍ଵ ପରିବର୍ତ୍ତନ କରି ସୁଇମିଙ୍ଗ ପୁଲ୍ ପଟକୁ ଆସିଥିବା ବେଳେ ଚିଲି ଯାଇଥିଲା ଅଭ୍ୟାସ ପଡ଼ିଆ ପଟକୁ। ତୃତୀୟ କ୍ୱାର୍ଟରରେ ମୋଟ ୪ଟି ଗୋଲ ହୋଇଥିଲା। ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା ୩ଟି ଏବଂ ଚିଲି ଗୋଟିଏ ଗୋଲ ସ୍କୋର କରିଥିଲା। ୩୬ମିନିଟରେ ପିଟର ଜାର୍ଭିସ ଦଳୀୟ ଦ୍ୱିତୀୟ ଗୋଲ, ୪୨ ମିନିଟରେ କାମେରନ ଫୋରଷ୍ଟିୟର ଦଳୀୟ ତୃତୀୟ ଗୋଲ ଏବଂ ୪୫ମିନିଟରେ ଜ୍ୟାକ୍ ଭାନ ତନ୍ଦର ଦଳୀୟ ଚତୁର୍ଥ ଗୋଲ ସ୍କୋର କରିଥିଲେ। ସେପଟେ ଚିଲି ଗୋଟିଏ ଗୋଲରେ ଖାତା ଖୋଲିଥିଲା। ୩୮ମିନିଟରେ ଅଗଷ୍ଟିନ୍ ଅମୋରୋସୋ ଏହି ଗୋଲ ଟି କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪-୧ ଗୋଲରେ ଏକ ପ୍ରକାର ମ୍ୟାଚକୁ ନିଜ କବଜାକୁ ନେଇଥିଲା।

ଚତୁର୍ଥ କ୍ୟାର୍ଟର ବା ଶେଷ ୧୫ ମିନିଟରେ ଆଉ ମାତ୍ର ଗୋଟିଏ ଗୋଲ ସ୍କୋର ହୋଇଥିଲା। ୫୯ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଏବଂ ଦଳୀୟ ପଞ୍ଚମ ଗୋଲ ଦେଇଥିଲେ ଫୋରଷ୍ଟିୟର। ଏଥିସହ ଦକ୍ଷିଣ ଆଫ୍ରିକା ମୁକାବିଲାକୁ ୫-୧ଗୋଲରେ ଜିତିନେଇଥିଲା। ବ୍ୟକ୍ତିଗତ ଦୁଇଟି ଗୋଲ କରିଥିବା ଫୋରଷ୍ଟିୟର୍ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଶନିବାର ଦକ୍ଷିଣ ଆଫ୍ରିକା ତାର ଶେଷ ଲିଗ୍ ମ୍ୟାଚରେ ମାଲେସିଆକୁ ଭେଟିବେ। ସେହିପରି ଚିଲିର ସାମ୍ନା ଶକ୍ତିଶାଳୀ ବେଲଜିୟମ ସହ ହେବ।

The post ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ, ଦ୍ୱିତୀୟ ପରାଜୟ ସହ ଚିଲି ବିଦା appeared first on Odisha Reporter.



from Odisha Reporter https://ift.tt/3raTCtX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages