ଭୟଙ୍କର ପ୍ରଦୂଷଣ! ବନ୍ଦ ହେଲା ଜାତୀୟ ରାଜପଥ ଓ ଖେଳ ପଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ଭୟଙ୍କର ପ୍ରଦୂଷଣ! ବନ୍ଦ ହେଲା ଜାତୀୟ ରାଜପଥ ଓ ଖେଳ ପଡ଼ିଆ

ବେଜିଂ: ଚାଇନାର ରାଜଧାନୀ ବେଜିଂରେ ଭୟଙ୍କର ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ସ୍ଥିତି ଏପରି ହୋଇଛି ଯେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବେଜିଂରେ ଥିବା ପ୍ରମୁଖ ଜାତୀୟ ରାଜପଥ ଓ ଖେଳ ପଡ଼ିଆଠାରୁ ଆରମ୍ଭ କରି ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି।

ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ବିଶ୍ୱ ତାପାୟନକୁ ହ୍ରାସ କରିବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି। ହେଲେ ଚାଇନାରେ କୋଇଲା ଉତ୍ପାଦନକୁ ଜୋରଦାର କରାଯାଇଛି। ଫଳରେ ଏଥିରୁ ନିର୍ଗତ ହେଉଥିବା ପ୍ରଦୂଷଣ ବାୟୁମଣ୍ଡଳରେ ମିଶି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍କଟଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ପାଇଁ ସିଓପି ୨୬ ବୈଠକ ବସିଥିଲା। ଏଥିରେ ଭାରତ ଓ ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନେ ଯୋଗଦେଇଥିଲେ। ବିଶ୍ୱର ତାପମାତ୍ରାକୁ ୧.୫ ଡିଗ୍ରୀ ହ୍ରାସ କରିବେ ବୋଲି ମଧ୍ୟ ସମସ୍ତେ ଏକମତ ହୋଇଥିଲେ। ହେଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଉକ୍ତ ସମ୍ମିଳନୀରେ ଯୋଗ ଦେଇ ନଥିଲେ। ଚାଇନା ପକ୍ଷରୁ ସମ୍ମିଳନୀ ପାଇଁ ଜିନପିଙ୍ଗଙ୍କ ଗୋଟିଏ ଲିଖିତ ବିବୃତିକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରୁ ଚାଇନାର ପରିବେଶ ପ୍ରୀତି ଉପରେ ପ୍ରଶ୍ନ ଉଠିଛି।

ଏସବୁ ଭିତରେ ଶୁକ୍ରବାର ସକାଳୁ ଚାଇନାର ବିଭିନ୍ନ ସ୍ଥାନରେ ଧୂଳିର ମୋଟା ଆସ୍ତରଣ ଦେଖିବାକୁ ମିଳିଥିଲା। ଏପରି କି ୨୦୦ ମିଟରରୁ କମ୍‌ ଦୂରତାରେ ବି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦେଖିବା କଷ୍ଟକର ହୋଇପଡ଼ିଛି। ହଠାତ୍‌ ପାଣିପାଗରେ ପରିବର୍ତ୍ତନ ଓ ସ୍ଥାନୀୟ ପ୍ରଦୂଷଣ ଯୋଗୁ ଏପରି ସ୍ଥିତି ହୋଇଥିବା ପାଣିପାଣ ବିଜ୍ଞାନୀମାନେ କହିଛନ୍ତି।

ବେଜିଂ ପ୍ରଶାସନ ପ୍ରଦୂଷଣ ବଢ଼ୁଥିବାରୁ ସ୍କୁଲ ଗୁଡ଼ିକୁ ବନ୍ଦ କରିଛି। ତେବେ ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ ଅନଲାଇନ କ୍ଲାସ କରିପାରିବେ। ରାସ୍ତା ଠିକ୍‌ ଭାବେ ଦୃଶ୍ୟ ମାନ ହେଉ ନଥିବାରୁ ସଙ୍ଘାଇ, ତିଆନଜିନ ଓ ହରବାନିକୁ ଲାଗିଥିବା ଜାତୀୟ ରାଜପଥକୁ ବନ୍ଦ କରାଯାଇଛି। ବର୍ତ୍ତମାନ ବେଜିଂରେ ଥିବା ପ୍ରଦୂଷଣ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ସାଂଘାତିକ ସ୍ତରେ ରହିଛି।

ଶନିବାର ସନ୍ଧ୍ୟା ବେଳ ଯାଏ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ବାୟୁମଣ୍ଡଳରେ ଥିବା ପିଏମ୍‌ ୨.୫ ରହିଛି, ଯାହା ଶ୍ୱାସକ୍ରିୟାରେ ଶରୀରକୁ ଯିବା ଦ୍ୱାରା ଫୁସଫୁସ ଉପରେ ସିଧାସଳଖ ହମଲା କରିଥାଏ। କୋଇଲା ଜାଳି ଚାଇନା ପ୍ରାୟ ୬୦% ବିଜୁଳି ଉତ୍ପାଦନ କରିଥାଏ। ଏବେ ବିଜୁଳି ପାଇଁ କୋଇଲା ଉତ୍ପାଦନ ବୃଦ୍ଧି ପାଇଥିବାରୁ ବେଜିଂ ସହରରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।

The post ଭୟଙ୍କର ପ୍ରଦୂଷଣ! ବନ୍ଦ ହେଲା ଜାତୀୟ ରାଜପଥ ଓ ଖେଳ ପଡ଼ିଆ appeared first on Odisha Reporter.



from Odisha Reporter https://ift.tt/3k4V6l1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages