କେନ୍ଦୁଝର (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଲାବନ୍ଧ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ପଡ଼ି ଦୁଇବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣଙ୍କ ହେଲେ ଶୁଦ୍ର ମହାକୁଡ଼ଙ୍କ ପୁଅ ସୌରଭ ମହାକୁଡ଼ ଓରଫ( ଗୁଡ଼ୁ)।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଶୁଦ୍ର ପୁରୁଣା ଘରର ଆଜବେଷ୍ଟକୁ ଓହ୍ଲାଇ ମରାମତି କରୁଥିଲେ। ତାଙ୍କ ପୁଅ ଗୁଡ଼ୁ ଆଈ ହେମ ମହାକୁଡ଼ଙ୍କ ସହିତ ରାସ୍ତାରେ ଖେଳୁଥିଲା। ହଠାତ୍ ଶିଶୁଟି ଆଜବେଷ୍ଟ ମରାମତି ହେଉଥିବା ଘର ଭିତରକୁ ଦୌଡ଼ି ପଳାଇଥିଲା। ଏହି ସମୟରେ ମାଟି କାନ୍ଥଟି ଗୁଡୁ ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ପିଲାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ଏ ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।
The post ଦୁଇବର୍ଷର ଶିଶୁ ଉପରେ ପଡ଼ିଗଲା କାନ୍ଥ appeared first on Odisha Reporter.
from Odisha Reporter https://ift.tt/3nTeAu0
No comments:
Post a Comment