ଅତି ଲୋଭ କାଳ ହେଲା, ଶେଷରେ ବନ୍ଧା ହେଲେ ପୂର୍ବତନ ଏସବିଆଇ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ଅତି ଲୋଭ କାଳ ହେଲା, ଶେଷରେ ବନ୍ଧା ହେଲେ ପୂର୍ବତନ ଏସବିଆଇ ଅଧ୍ୟକ୍ଷ

ଜୟପୁର: ଲୋନ୍‌ ଶୁଝି ନ ପାରିବା ଅଭିଯୋଗରେ ଜବତ ୨୦୦ କୋଟି ମୂଲ୍ୟର ହୋଟେଲକୁ ଶାଗ ମାଛ ଦରରେ ବିକ୍ର କରିଦେଲେ ପୂର୍ବତନ ଏସବିଆଇ ଚେୟାରମ୍ୟାନ୍‌ । ଏପରିକି ୨ଟି ହୋଟେଲକୁ ମାତ୍ର ୨୫ କୋଟି ଟଙ୍କାରେ ଅନ୍ୟ ଏକ କମ୍ପାନୀକୁ ନିଲାମ ଦେଇଦେଲେ। କେବଳ ସେତିକି ନୁହେଁ, ଯେଉଁ କମ୍ପାନୀକୁ ଏତେ ଶସ୍ତା ମୂଲ୍ୟରେ ଉକ୍ତ ହୋଟେଲ ୨ଟି ଟେକିଦେଲେ, ଯାହା ଉପରେ ଏତେ ଅନୁକମ୍ପା ଦେଖାଇଲେ ଅବସର ପରେ ସେହି ହୋଟେଲର  ଡାଇରେକ୍ଟର ଆସନରେ ବସିଲେ। ଏନେଇ କ୍ଷତିର ସମ୍ମୁଖୀନ ହୋଇଥିବା ହୋଟେଲ ଗ୍ରୁପ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ବନ୍ଧା ହେଲେ ଏସ୍‌ବିଆଇର ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀ ।  

ଏନପିଏ ଘୋଷଣା କରିବା ପରେ ଶସ୍ତା ମୂଲ୍ୟରେ ହୋଟେଲ ସମ୍ପତ୍ତି ବିକ୍ରୟ ମାମଲାରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଦିଲ୍ଲୀରୁ ଜୈସଲମେର ପୁଲିସ୍‌ ତାଙ୍କୁ ଗିରଫ କରିଛି। ରବିବାର ପ୍ରତୀପଙ୍କୁ ଗିରଫ କରାଯାଇଥିବା ବେଳେ ସୋମବାର ତାଙ୍କୁ ଜୈସଲମେର କୋର୍ଟରେ ହଜାର କରାଯିବ। ଜୈସଲମେର ଏକ ହୋଟେଲ ଗ୍ରୁପ୍ ସମ୍ପର୍କିତ ମାମଲାରେ ପ୍ରତୀପ ଚୌଧୁରୀଙ୍କୁ ଦିଲ୍ଲୀର ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ପ୍ରତୀପ ନିଜ କ୍ଷମତାର ଅପବ୍ୟବହାର କରି ପ୍ରାୟ ୨୦୦ କୋଟି ଟଙ୍କାର ସମ୍ପତ୍ତିକୁ ଏନପିଏ ଘୋଷଣା ପରେ ମାତ୍ର  ୨୫ କୋଟିରେ ଏକ କମ୍ପାନୀକୁ ବିକ୍ରି କରିଦେଇଥିଲେ।

ପୋଲିସର ସୂଚନାନୁସାରେ, ଜୟସଲମର୍ ୨୦୦୮ମସିହାରେ ଏକ ହୋଟେଲର ନିର୍ମାଣ କାମ ଚାଲିଥିଲା। ଉକ୍ତ  ହୋଟେଲ ଗ୍ରୁପ୍ ଏସବିଆଇରୁ ୨୪ କୋଟି ଟଙ୍କା ଲୋନ୍‌  ନେଇଥିଲା। ସେହି ସମୟରେ, ଗ୍ରୁପ୍‌ର ଅନ୍ୟ ଏକ ହୋଟେଲ କାମ ସୁରୁଖୁରୁରେ ଚାଲୁଥିଲା | ମାତ୍ର କିଛି ଦିନ ପରେ ହୋଟେଲଟି ଲୋନ୍‌ ଶୁଝିବାରେ ଅକ୍ଷମ ହେଲା। ଫଳରେ ବ୍ୟାଙ୍କ ପକ୍ଷରୁ ଉଭୟ ହୋଟେଲକୁ ସିଜ୍‌ କରାଯାଇ ଏନପିଏ ଘୋଷଣା କରାଗଲା। ସେତେବେଳେ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ ପ୍ରତୀପ ଚୌଧୁରୀ।  ଏହା ଉପରେ ହୋଟେଲ ଗୋଷ୍ଠୀ କୋର୍ଟକୁ ଯାଇଥିଲେ।

ଉକ୍ତ ୨ ହୋଟେଲକୁ ୨୦୧୬ରେ ୨୫ କୋଟିରେ ବିକ୍ରି କରାଯାଇଥିବା ବେଳେ  ୨୦୧୭ରେ  ଏହାର ବଜାର ମୂଲ୍ୟ ୧୬୦ କୋଟି ଟଙ୍କା ବୋଲି ଜଣାପଡିଥିଲା।   ଅବସର ପରେ ପ୍ରତୀପ ଉକ୍ତ ୨  ହୋଟେଲ କିଣିଥିବା କମ୍ପାନୀର ଜଣେ ଡାଇରେକ୍ଟର ଭାବେ ଯୋଗ ଦେଲେ  । ବର୍ତ୍ତମାନ ଏହି ହୋଟେଲଗୁଡିକର ମୂଲ୍ୟ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ମାମଲାରେ ଜୈସଲମେର ସିଜେଏମ୍ କୋର୍ଟ ପ୍ରତୀପ  ଚୌଧୁରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ବନ୍ଧା ଯାଇଛି।

The post ଅତି ଲୋଭ କାଳ ହେଲା, ଶେଷରେ ବନ୍ଧା ହେଲେ ପୂର୍ବତନ ଏସବିଆଇ ଅଧ୍ୟକ୍ଷ appeared first on Odisha Reporter.



from Odisha Reporter https://ift.tt/3By2ZW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages