ଆଇଫୋନ୍ ପାଇଁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ଆଇଫୋନ୍ ପାଇଁ ହତ୍ୟା

ଚଣ୍ଡିଗଡ: ଆଇଫୋନ୍‌ ପାଇଁ ଗଲା ଜୀବନ। ଫୋନ୍‌ ଦେଖି ବଦଳିଗଲା ମନ। ଟଙ୍କା ଦେବା ବଦଳରେ ଯୁବକଙ୍କୁ କରିଦେଲେ ହତ୍ୟା। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଅମୃତସର ଜିଲ୍ଲାରେ।

ପୁଲିସ ସୂଚନା ମୁତାବକ, ଅମୃତସର ଜିଲ୍ଲା ଗୁଜରପୁରାରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁଲିସ। ରବିବାର ସେଠାକାର ଥମାସ ନମାକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛର କାରଣ ଏବେ ଏକ ଆଇଫୋନ୍‌ ଥିବା ଜଣାପଡିଛି।

ପୁଲିସ କହିବା ମୁତାବକ, ଥମାସ ଟଙ୍କା ଅଭାବରୁ ନିଜ ଦାମୀ ଆଇଫୋନ୍‌ ବିକିବା ପାଇଁ ସନ୍ନି ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। କିନ୍ତୁ ଉକ୍ତ ଆଇଫୋନ୍‌ ଦେଖି ସନ୍ନିଙ୍କ ମନ ବଦଳିଯାଇଥିଲା। ସେ ଟଙ୍କା ଦେବା ବଦଳରେ ଥମାସଙ୍କୁ ହତ୍ୟା କରି ଚାଷ ଜମିରେ ଫିଙ୍ଗି ଦେଇଥିଲେ। ଏହି ମାମଲାରେ ପୁଲିସ ଏବେ ସନ୍ନିକୁ ଗିରଫ କରିଛି।

ଡିଏସ୍‌ପି ଜସବୀର ସିଂହଙ୍କ ମୁତାବକ, ସନ୍ନିଙ୍କୁ ଗିରଫ କରିବା ପରେ ତା’ନିକଟରୁ ଉକ୍ତ ଆଇଫୋନ୍‌ ଜବତ ହୋଇଛି। ମାମଲାର ତଦନ୍ତ ଜାରି ରହିଛି। ଯଦି ଏହି ହତ୍ୟାକାଣ୍ଡ ପଛରେ ସନ୍ନିଙ୍କ ବ୍ୟତୀତ ଆଉ କିଏ ଦୋଷୀ ଥାଏ ତେବେ ତାକୁ ମଧ୍ୟ ଗିରଫ କରାଯିବ ବୋଲି ଡିଏସ୍‌ପି କହିଛନ୍ତି।

The post ଆଇଫୋନ୍ ପାଇଁ ହତ୍ୟା appeared first on Odisha Reporter.



from Odisha Reporter https://ift.tt/3muQDKg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages