ରାଜଧାନୀ ପରି କଟକରେ ବି ବୁଲୁଛି ଖଣ୍ଡା, ବନ୍ଧୁକ; ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ରାଜଧାନୀ ପରି କଟକରେ ବି ବୁଲୁଛି ଖଣ୍ଡା, ବନ୍ଧୁକ; ଭିଡିଓ ଭାଇରାଲ

କଟକ(ଓଡ଼ିଶା ରିପୋର୍ଟର): ଦମଦାର ଡାଏଲଗ୍‌। ତାହା ସହ କାହା ହାତରେ ବନ୍ଧୁକ ତ କାହା ହାତରେ ଖଣ୍ଡା। କେତେବେଳେ ଖୁଲମଖୁଲା ରାଜରାସ୍ତାରେ ମାରଣାସ୍ତ୍ର ଧରି ଗାଡ଼ିରେ ଘୂରି ବୁଲୁଛନ୍ତି ତ କେତେବେଳେ ନିଶାସକ୍ତ ଅବସ୍ଥାରେ ଉତ୍ପାତ ମଚାଉଛନ୍ତି। ଆଉ ଏହାର ଭିଡିଓ କରି ଭାଇରାଲ ବି କରୁଛନ୍ତି। ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ତଥା ଦାଦାବଟି ଆଦାୟ କରିବାକୁ ରାଜଧାନୀରେ କେବିଏନ୍‌ ଗ୍ରୁପ୍‌ ମାତିଥିବା ବେଳେ ପୁଲିସ୍‌ ଏବେ ସେମାନଙ୍କୁ ବାନ୍ଧିବାକୁ ଦିନରାତି ଏକ କରି ଦେଇଛି।  କେବଳ ଭୁବନେଶ୍ୱର ନୁହେଁ, କଟକରେ ବି ଏବେ ଭାଇରାଲ ହେବାରେ ଲାଗିଛି ସେପରି କିଛି ଭିଡିଓ।   କେବିଏନ୍‌ ଗ୍ରୁପ୍‌ ସଦସ୍ୟଙ୍କ ଗୋଟିଏ ପରେ ଗୋଟିଏ ଛାତି ଥର ଭିଡିଓ କମିଶନରେଟ ପୁଲିସ୍‌କୁ ନାକେଦମ କରୁଥିବା ବେଳେ କଟକରେ ବି ଭାଇରାଲ ହେଉଥିବା ସେପରି କିଛି ଭିଡିଓ ପୁଲିସ୍‌ ପାଇଁ ଟେନସନ ପାଲଟିଲାଣି ।

କଟକର ତାଳଦଣ୍ଡା କେନାଲ ନିକଟବର୍ତ୍ତି ଅଞ୍ଚଳରେ ଏହି ଭିଡିଓ ସୁଟ କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି । କିଛି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେବାରେ ଲାଗିଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କିଛି ଯୁବକ କରିଛନ୍ତି ସର୍ଟ ଭିଡିଓ । କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହେଉଛି  । ଏନେଇ ଖବର ମିଳିବା ପରେ କଟକ କମିଶନରେଟ ପୋଲିସ ଘଟଣାର ଯାଂଚ ଆରମ୍ଭ କରିଛି । କିଛି ଯୁବଗୋଷ୍ଠୀ ସମାଜରେ ଆତଙ୍କ ସୃଷ୍ଟି କରିବା ଭଳି ଭିଡ଼ିଓ ଛାଡ଼ିବା ଏବେ ଏକପ୍ରକାର ଟ୍ରେଣ୍ଡ ହୋଇଗଲାଣି ।

ରାଜଧାନୀରେ କମିଶନରେଟ ପୋଲିସ ଏଭଳି ଭିଡିଓ ଛାଡ଼ିଥିବା KBN ଗ୍ରୁପର ୯ ଜଣଙ୍କୁ ଗିରଫ କରିସାରିଲାଣି । ୨୯ ଜଣିଆ ଓ୍ୱାଣ୍ଟେଡ ଲିଷ୍ଟରୁ ଆଉ ୨୦ ଜଣଙ୍କୁ ଖୋଜୁଛି ପୁଲିସ୍‌।   ଏଭଳି ସ୍ଥିତିରେ କଟକର ଆତଙ୍କସୃଷ୍ଟିକାରୀ ଭିଡିଓ କମିଶନରେଟ ପୋଲିସ ପାଇଁ ମୁଣ୍ଡବିନ୍ଧା ବଢ଼ାଇଛି ।

The post ରାଜଧାନୀ ପରି କଟକରେ ବି ବୁଲୁଛି ଖଣ୍ଡା, ବନ୍ଧୁକ; ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3ksfH2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages