ଘରୁ ବାହାରିଥିଲେ ୨ ଭାଇ, ପିଟି ଦେଲା ଅଜଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ଘରୁ ବାହାରିଥିଲେ ୨ ଭାଇ, ପିଟି ଦେଲା ଅଜଣା ଗାଡ଼ି

ଖଡିଆଳ(କୁନାଲ ଚରଣ ବେହେରା): ଘରୁ ବାହାରିଥିଲେ ୨ ଭାଇ। କାମ ସାରି ଫେରି ଆସିଥାନ୍ତେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା।  ଦୁର୍ଘଟଣା ନେଇଗଲା ସାନ ଭାଇର ଜୀବନ । ବଡ଼ ଭାଇ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲା ଖଡ଼ିଆଳ  ଥାନା ଅଧୀନ ସାନ ଦୁହେଲ ଛକଠାରେ ଘଟିଛି। ମୃତକ ହେଲେ ଖଡ଼ିଆଳ ବ୍ଲକ ଲଛିପୁର ଗ୍ରାମର କୁନାଲ ଦୀପ । ତାଙ୍କ ବଡ଼ ଭାଇ ଗୋବିନ୍ଦ ଦୀପଙ୍କ ଅବସ୍ଥା ଗୁରୁତର ଅଛି।

ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଲୋକ ।

ସୂଚନା ଅନୁଯାୟୀ, ଗୋବିନ୍ଦ ନିଜ ସାନ ଭାଇ କୁନାଲଙ୍କ ସହ କୌଣସି କାମ ପାଇଁ ବାଇକ୍‌ରେ ଖଡ଼ିଆଳ ଯାଉଥିଲେ। ମାତ୍ର  ଖଡ଼ିଆଳ ଭବାନୀପାଟଣା ରାସ୍ତାର ସାନ ଦୁହେଲ ଛକ ଠାରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ କୁନାଲଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖଡ଼ିଆଳ ପୁଲିସ ପହଞ୍ଚି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ କରୁଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

The post ଘରୁ ବାହାରିଥିଲେ ୨ ଭାଇ, ପିଟି ଦେଲା ଅଜଣା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/3H4d2WW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages