ରାସ୍ତା କଡ଼ରେ ମହିଳାଙ୍କ ପଇଡ଼ ପସରା, ଏକା ଏକା ଗଢୁଛନ୍ତି ଝିଅର ଭବିଷ୍ୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ରାସ୍ତା କଡ଼ରେ ମହିଳାଙ୍କ ପଇଡ଼ ପସରା, ଏକା ଏକା ଗଢୁଛନ୍ତି ଝିଅର ଭବିଷ୍ୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “ମୁଣ୍ଡ ଉପରେ ଦାୟିତ୍ୱ ଅଛି ତ ତାହାକୁ ତୁଲାଇବାକୁ ପଡ଼ିବ । ନିଜ ପିଲା ମୁହଁରେ ହସ ଫୁଟାଇବାକୁ ତାକୁ ମଣିଷ କରିବାକୁ କିଛି ନା କିଛି ତ କରିବାକୁ ପଡ଼ିବ । ”  ନିଜ ଝିଅକୁ ମଣିଷ କରିବାକୁ ରାଜଧାନୀ ରାଜରାସ୍ତାରେ ପଇଡ଼ ବିକୁଥିବା ଜଣେ ମହିଳା ଏପରି କହିଛନ୍ତି ।

ଯେତେ ଝଡ଼ଝଞ୍ଜା ଆସିଲେ ବି ରାତି ପାହିଲେ ରାଜଧାନୀ ରାସ୍ତା କଡ଼ରେ ନିଜ ପଇଡ ପସରା ମେଲାଇ ବସିଯାନ୍ତି ମମିତା ମହାନ୍ତି  ନାମ୍ନୀ ମହିଳା। ହାତରେ କାତି ଧରି ପଇଡ଼ରୁ ପାଣି ବାହର କରି ଗ୍ରାହକଙ୍କୁ  ସନ୍ତୁଷ୍ଟ କରନ୍ତି ମମିତା ।  ଯେଉଁ କାମ ସାଧାରଣତଃ ପୁରୁଷମାନେ କରନ୍ତି, ସେଥିରେ ସିଦ୍ଧହସ୍ତ ମହିଳାମାନେ । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ନିକଟସ୍ଥ ରାସ୍ତା କଡରେ ବସି ପଇଡ଼ ବିକ୍ରି କରୁଛନ୍ତି ମମିତା ।

ମମିତାଙ୍କ କହିବାନୁଯାୟୀ, ତାଙ୍କ ଘର ନୟାଗଡ଼ରେ ।  ସେ ୨୦୦୬ ମସିହାରେ ବିବାହ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ସ୍ୱାମୀଙ୍କଠାରୁ ଦୂରେଇ ରହିଲେ । ଇତି ମଧ୍ୟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ସାରିଥିଲେ।

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ନିକଟସ୍ଥ ରାସ୍ତା କଡରେ ବସି ପଇଡ଼ ବିକ୍ରି କରୁଛନ୍ତି ମମିତା ।

ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ନିଜେ କିପରି ଚଳିବେ, ଛୁଆ ମୁହଁରେ କିପରି  ୨ ଓଳି ଦାନା ଦେବେ ସେହି ଚିନ୍ତା ତାଙ୍କୁ ଘାରିଲା। ହେଲେ ହାର ମାନି ନ ଯାଇ ବଞ୍ଚିବା ପାଇଁ ସଂଘର୍ଷ ଆରମ୍ଭ କରିଦେଲେ ମମିତା। ୨ ପଇସା ରୋଜଗାର କରିବାକୁ ଘରୁ ଗୋଡ଼ କାଢ଼ିବାକୁ ସ୍ଥିର କଲେ । ନିଜର ତଥା ଝିଅର ଗୁଜରାଣ ମେଣ୍ଟାଇବାକୁ ପୂର୍ବରୁ ବସ୍‌ କଣ୍ଡକ୍ଟର  କାମ କରୁଥିବା ମମିତା ଏହି କାମ ଛାଡି ଏବେ ପଇଡ ବିକି ଦୁଇ ପଇସା ରୋଜଗାର କରୁଛନ୍ତି ।

ମମିତାଙ୍କ ଝିଅ ଏବେ ରାଜଧାନୀର ଏକ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛି  । ଝିଅ ୯୦ ପ୍ରତିଶତରୁ ଅଧିକ ମାର୍କ ବି ରଖୁଛି । ତେଣୁ ଝିଅକୁ ଊଜ୍ଜ୍ୱଳ ଭବିଷ୍ୟତ ଦେବା  ପାଇଁ ସେ ଏଭଳି ବ୍ୟବସାୟରୁ ରୋଜଗାର କରିବାକୁ ମନ ବଳାଇଛନ୍ତି ।  ପଇଡ ବିକି ଦିନକୁ ୪ଶହରୁ ୫ଶହ ଟଙ୍କା ରୋଜଗାର କରୁଛନ୍ତି । ହେଲେ ରୋଜଗାରର ଅଧା ପଇସା କେବଳ ଝିଅ ପାଠ ପଢାରେ ଖର୍ଚ୍ଚ ହୋଇଯାଉଛି  ।

ଏନେଇ ମମିତା କହିଛନ୍ତି,  “ଘର ଭଡ଼ା ସାଙ୍ଗକୁ ଝିଅର ପାଠପଢ଼ା, ଟ୍ୟୁସନ ଫି ଦେବାକୁ ପଡ଼ୁଛି। ମୁଣ୍ଡ ଉପରେ ଦାୟିତ୍ୱ ଥିବାରୁ କିଛି ବେପାର କରିବାକୁ ଭାବିଲି।  ଝିଅ ପାଇଁ ମାସକୁ ୫-୬ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଦିନକର ରୋଜଗାର ଯାହା ଅଧାରୁ ଅଧିକ ଝିଅ ପାଠପଢ଼ାରେ ଯାଉଛି।  ଯାହା ରହୁଛି ଘର ଭଡ଼ା ଦେବା ସହ  ଚଳିବାକୁ ପଡ଼ୁଛି । ”

The post ରାସ୍ତା କଡ଼ରେ ମହିଳାଙ୍କ ପଇଡ଼ ପସରା, ଏକା ଏକା ଗଢୁଛନ୍ତି ଝିଅର ଭବିଷ୍ୟତ appeared first on Odisha Reporter.



from Odisha Reporter https://ift.tt/30kOpot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages