ୱାଶିଂଟନ: ନିଜ ବିବାହକୁ ସ୍ମରଣୀୟ କରିବାକୁ ସମସ୍ତଙ୍କ ମନରେ ଇଚ୍ଛା ଥାଏ। ଏଥିନିମନ୍ତେ ସମସ୍ତେ ନିଜ ସାମର୍ଥ ଅନୁଯାୟୀ, ଜାକଜମକରେ ବିବାହ କରିବାକୁ ଚେଷ୍ଟା କରିଥାନ୍ତି। ଏପରିକି ବନ୍ଧୁବାନ୍ଧବ ତଥା ନିକଟ ସମ୍ପର୍କୀୟଙ୍କୁ ନିଜ ବିବାହ ଭୋଜିରେ ସାମିଲ ହେବାକୁ ଅନୁରୋଧ କରିଥାନ୍ତି। ସେମାନଙ୍କୁ ଖୁବ୍ ସ୍ୱାଦିଷ୍ଟ ଖାଦ୍ୟପାନୀୟରେ ଆପାୟିତ କରିବାକୁ ଭୁଲି ନ ଥାନ୍ତି। ହେଲେ ଏଥିରେ ବ୍ୟତିକ୍ରମ ହେଉଛନ୍ତି ନିକଟରେ ୟୁକ୍ତରାଷ୍ଟ୍ର ଆମେରିକାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏକ ଯୋଡ଼ି ।
ଏହି ଯୋଡ଼ି ଜାକଜମକରେ ବିବାହ ତ କରିଦେଲେ। ହେଲେ ନିଜ ବିବାହ ଖର୍ଚ୍ଚ ଭରଣା କରିବାକୁ ସେମାନଙ୍କ ନିକଟରେ ଅର୍ଥର ଘୋର ଅଭାବ ଥିଲା। ତେଣୁ ସେମାନେ ଏହି ଟଙ୍କା ନିମନ୍ତ୍ରୀତ ଅତିଥିଙ୍କଠାରୁ ଆଦାୟ କରିବାକୁ ପ୍ଲାନ୍ କଲେ। ଏପରିକି ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କଠାରୁ ପ୍ଲେଟ ପିଛା ୯୯ ଆମେରିକୀୟ ଡଲାର କିମ୍ବା ୭ ହଜାର ୩ଶହ ଟଙ୍କା ଦାବି କଲେ କନିଆ।
କେବଳ ସେତିକି ନୁହେଁ, ବିବାହ ସ୍ଥଳରେ ଏକ ବକ୍ସ ରଖି ସେଥିରେ ଟଙ୍କା ପକାଇବାକୁ ଅତିଥିଙ୍କୁ ଅନୁରୋଧ କରାଯାଇଥିଲା। ବର-କନିଆଙ୍କ ଭବିଷ୍ୟତ ଜୀବନ, ହନିମୁନ ତଥା ନୂଆ ଘର ପାଇଁ ଏହି ଅର୍ଥ ରାଶି ବିନିଯୋଗ କରାଯିବ ବୋଲି ଲେଖାଯାଇଥିଲା।
ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ସେଠାରେ ଯୋଗ ଦେଇଥିବା ଜଣେ ଅତିଥି ଲେଖିଛନ୍ତି, ବିବାହ ସ୍ଥଳ ତାଙ୍କ ଘରରୁ ୪ ଘଣ୍ଟା ଦୂରରେ ଥିଲା। ଏଥିନିମନ୍ତେ ଗାଡ଼ି ଡ୍ରାଇଭ କରି ଯିବାକୁ ପଡ଼ିଲା। ଫଳରେ ପେଟ୍ରୋଲ ଅଧିକ ଖର୍ଚ୍ଚ ହେଲା। ଏହାବାଦ ଖାଇବା ପାଇଁ ଟଙ୍କା ଦେବାକୁ ପଡ଼ିଲା। ତେଣୁ ଏହା ଖୁବ୍ ବ୍ୟୟସାପେକ୍ଷ ହେଲା।
ଏହାବାଦ ଆଉ ଜଣେ ୟୁଜର ଲେଖିଛନ୍ତି, ଏପରି ବିବାହକୁ ସେ କେବେ ବି ଯିବେନି। ତାହା ତାଙ୍କ ନିକଟ ସମ୍ପର୍କୀୟଙ୍କର ହେଲେ ବି ବର-କନିଆ ଏପରି ସର୍ତ୍ତ ରଖିଲେ ସେ କଦାପି ବିବାହରେ ଯୋଗ ଦେବେ ନାହିଁ।
The post ବିବାହ ଉତ୍ସବଙ୍କୁ ଅତିଥିଙ୍କୁ ଡାକିଲେ,କହିଲେ- ପ୍ଲେଟ୍ ପିଛା ୭,୩୦୦ ଟଙ୍କା ଦିଅ appeared first on Odisha Reporter.
from Odisha Reporter https://ift.tt/3kxizfb
No comments:
Post a Comment