‘ମିଷ୍ଟର ପିଏମ, ଦୟା କରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

‘ମିଷ୍ଟର ପିଏମ, ଦୟା କରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରନ୍ତୁ’

ନୂଆଦିଲ୍ଲୀ: ବିଶ୍ୱର ୧୫ରୁ ଅଧିକ ଦେଶରେ ଏବେ ମରାତ୍ମକ ଓମିକ୍ରନ ଭାରିଏଣ୍ଟ ବ୍ୟାପି ଗଲାଣି। ଏହା ସତ୍ତ୍ୱେ ବିଭିନ୍ନ ଦେଶରୁ ବିମାନ ଭାରତକୁ ଆସୁଛି। ସେହିପରି ଡିସେମ୍ବର ୧୫ରୁ ମଧ୍ୟ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ। ତେଣୁ ଭାରତରେ ଓମିକ୍ରନ ଭାଇରସ ପ୍ରବେଶ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୁରନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମିଷ୍ଟର ପିଏମ! ଦୟା କରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରନ୍ତୁ।

ଆଫ୍ରିକା ସମେତ ୟୁରୋପରେ ଓମିକ୍ରନ ଭାରିଏଣ୍ଟ ଏବେ ଚିନ୍ତା ସୃଷ୍ଟି କରୁଛି। ଭାରତରେ ଏଯାଏ ଓମିକ୍ରନ ଠାବ ହୋଇନି। କିନ୍ତୁ ବିଦେଶରୁ ଲୋକମାନେ ଫେରୁଥିବାରୁ ଭାରତରେ ଏହା କୌଣସି ମୁହୂର୍ତ୍ତରେ ପହଞ୍ଚି ଯିବାର ଆଶଙ୍କା ରହିଛି। ଓମିକ୍ରନ ଯେମିତି ଦେଶରେ ପ୍ରବେଶ ନ କରିବ, ସେଥିପାଇଁ ଘନଘନ ବୈଠକ କରାଯାଉଛି। ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ମଧ୍ୟ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।


ଏବେ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, ଓମିକ୍ରନ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ସହ ଅଧିକାଂଶ ରାଷ୍ଟ୍ର ବିମାନ ଚଳାଚଳ ବନ୍ଦ କରିଛନ୍ତି। ଆମେ କାହିଁକି ବିଳମ୍ବ କରିବା? କରୋନାର ପ୍ରଥମ ୱେଭ ବେଳେ ମଧ୍ୟ ଆମେ ବିମାନ ଚଳାଚଳ ଉପରେ କଟକଣା ଲଗାଇବାରେ ବିଳମ୍ବ କରିଥିଲେ।

ଅଧିକାଂଶ ଅନ୍ତର୍ଜାତୀୟ ବିମାନ ଦିଲ୍ଲୀରେ ଅବତରଣ କରୁଛି। ଏଥିପାଇଁ ଦିଲ୍ଲୀ ଅଧିକ ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ସାହିବ, ଦାୟା କରି ବିମାନକୁ ବନ୍ଦ କରନ୍ତୁ।”

ଏହାପୂର୍ବରୁ ନଭେମ୍ବର ୨୮ରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଥିଲେ। ଏଥିରେ ସେ ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିବା ସହ ବିମାନ ଚଳାଚଳ ବନ୍ଦ କରିବାକୁ ନିବେଦନ କରିଥିଲେ।


ଆଜି ସେ ଟ୍ୱିଟ ଯୋଗେ ବିମାନ ଚଳାଚଳ ବନ୍ଦ କରିବାକୁ କହିଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ଼ ଆସିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ଘଟଣାକୁ ମଧ୍ୟ ସେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେହିପରି ଶ୍ରୀ କଜ୍ରିୱାଲ ଆଜି ଦିଲ୍ଲୀର ଥିବା ହସ୍ପିଟାଲଗୁଡ଼ିକର ବର୍ତ୍ତମାନ ଥିବା ସ୍ଥିତିର ସମୀକ୍ଷା ମଧ୍ୟ କରିବେ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ମଧ୍ୟ ଓମିକ୍ରନ ଦ୍ୱାରା ସର୍ବାଧିକ ପ୍ରଭାବିତ ୧୨ଟି ଦେଶ ସହ ବିମାନ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ କେନ୍ଦ୍ରକୁ ଅନୁରୋଧ କରିବେ।

The post ‘ମିଷ୍ଟର ପିଏମ, ଦୟା କରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରନ୍ତୁ’ appeared first on Odisha Reporter.



from Odisha Reporter https://ift.tt/3HZjAXv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages