କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୫୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୫୨ ମୃତ

ନୂଆଦିଲ୍ଲୀ: ରୁଷର ସାଇବେରିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାକାର କେମେରୋଭୋ ଅଞ୍ଚଳର ଏକ କୋଇଲା ଖଣିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ବଡ଼ ଦୁର୍ଘଟଣାରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ ୬ ଜଣ ଉଦ୍ଧାରକାରୀ ଥିବା ଜଣାପଡ଼ିଛି। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ମର୍ମନ୍ତୁଦ ଖଣି ଦୁର୍ଘଟଣା ବୋଲି ଜଣାପଡିଛି।

ରୁଷର ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଲିଷ୍ଟଭ୍ୟାଜନାୟା ଖଣିରେ କୌଣସି ଜୀବନ୍ତ ଲୋକଙ୍କୁ ଉଦ୍ଧାର କରିବାର ସୁଯୋଗ ମିଳିନାହିଁ। ଏବେବି ସେଠାରେ ଅନେକ ମୃତଦେହ ପଡ଼ି ରହିଛି, ଯେଉଁମାନଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଛି।

ଏହା ପୂର୍ବରୁ ସୂଚନା ମିଳିଥିଲା ଯେ କୋଇଲାର ଧୂଆଁ କାରଣରୁ ଭେଣ୍ଟିଲେସନ୍ ସମସ୍ୟା ହୋଇଥିଲା, ଯେଉଁଥିରେ ୧୧ଜଣ ସେନାଙ୍କର ଜୀବନ ଚାଲିଯାଇଥିଲା। ଏହି ସେନାମାନେ ୨୫୦ ମିଟର୍ ଗଭୀରତାରେ କାମ କରୁଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନର କହିବା ଅନୁଯାୟୀ, ୩୮ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଅନ୍ୟ ୧୩ ଜଣଙ୍କୁ ବିନା ଆଡମିଶନରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ସମୟରେ ୨୮୫ ଲୋକ ଅଣ୍ଡରଗ୍ରାଉଣ୍ଡରେ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆରମ୍ଭରୁ ଖଣି ଭିତରୁ ଉଦ୍ଧାର କରାଯାଇଛି। ଏବେବି ଅନେକ ଲୋକ ସେଥିରେ ଫସି ରହିଥିବା ଜଣାପଡ଼ିଛି।

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା, ଯେଉଁକାରଣରୁ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ଏହି ବିସ୍ଫୋରଣ ହଠାତ୍ ଘଟିଥିଲା, ଯେଉଁଥିପାଇଁ ଅନେକ ଲୋକଙ୍କୁ ସେଠାରୁ ରକ୍ଷା ପାଇବା ସୁଯୋଗ ମଧ୍ୟ ମିଳିପାରିନଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଏବଂ ପୁଲିସ ସେଠାରେ ପହଞ୍ଚିଥିଲା। ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥି ସହିତ କେମେରୋଭୋ ଅଞ୍ଚଳରେ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ତିନି ଦିନିଆ ଶୋକ ଘୋଷଣା କରିଛି।

The post କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୫୨ ମୃତ appeared first on Odisha Reporter.



from Odisha Reporter https://ift.tt/3DWlWnl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages