ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିମସାରରେ ଆଉ ୫ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଭିମସାରରେ କୋଭିଡ୍ ଚିହ୍ନଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଭିମସାର କୋଭିଡ୍ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି। ଆକ୍ରାନ୍ତମାନେ ଲକ୍ଷଣ ବିହୀନ ଥିବା ଭିମସାର ଡିନ୍ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭିମସାରରେ ଡାକ୍ତରୀ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରଗୁଡ଼ିକୁ ଯଥାକ୍ରମେ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର ୬ ନମ୍ବର ଓ୍ୱାର୍ଡରେ ଥିବା ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଥିଲା। ସେହିପରି ସେହି ଅଞ୍ଚଳରେ ଥିବା ଅନ୍ୟ ୪ଟି ହଷ୍ଟେଲ ସମେତ ପାଖରେ ଥିବା ଷ୍ଟାଫ୍ମାନଙ୍କ ସରକାରୀ ଘରଗୁଡ଼ିକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଥିଲା।
The post ସଂକ୍ରମଣରେ ଲାଗୁନି ବ୍ରେକ୍, ଭିମସାର ଆଉ ୫ ଡାକ୍ତରୀ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/313v1fP
No comments:
Post a Comment