‘୨ ଲକ୍ଷର ଜୋତାକୁ ୭୦ ହଜାରର ଶାର୍ଟ’, ଅଭିଯୋଗ ପରେ ଏମିତି କହିଲେ ୱାଙ୍ଖଡେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

‘୨ ଲକ୍ଷର ଜୋତାକୁ ୭୦ ହଜାରର ଶାର୍ଟ’, ଅଭିଯୋଗ ପରେ ଏମିତି କହିଲେ ୱାଙ୍ଖଡେ

ମୁମ୍ବାଇ: ଏନ୍‌ସିପି ନେତା ବନାମ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ। ମହାରାଷ୍ଟ୍ର କ୍ରୁଜ ଡ୍ରଗ୍ସ କେସ୍‌ରୁ ଆରମ୍ଭ ହୋଇଥିବା ନୱାବ ମଲିକ ଏବଂ ସମୀର ୱାଙ୍ଖଡେଙ୍କ ଲଢ଼େଇ ଶେଷ ହେବାର ନାଁ ଧରୁ ନାହିଁ। ପ୍ରତିଦିନ ଆସୁଛି ନୂଆ ନୂଆ ଅଭିଯୋଗ। ପରସ୍ପର ଉପରେ ଚାଲିଛି କାଦୁଅ ଫିଙ୍ଗା ଫିଙ୍ଗି। ଆଜି ପୁଣି ଥରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକ ୱାଙ୍ଖଡେଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି। ଚଢ଼ାଉ ନାଁରେ କୋଟି କୋଟି ଟଙ୍କାର ବଟି ଆଦାୟ କରି ମାଲାମାଲ ହୋଇଛନ୍ତି ୱାଙ୍ଖଡେ। ସେ ୨ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏବଂ ତାଙ୍କ ଶାର୍ଟର ଦାମ୍‌ ୭୦ ହଜାର ଟଙ୍କା ବୋଲି ଏନ୍‌ସିପିନେତା ଅଭିଯୋଗ ଆଣିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ କରି ନୱାବ କହିଛନ୍ତି, ୨୦୨୦ରେ ୱାଙ୍ଖଡେ ଆସିବା ପରେ ଏନସିବି ଏକ ମାମଲା ରୁଜୁ କରିଥିଲା। ସେହି ମାମଲାରେ ଅଭିନେତ୍ରୀ ସାରା ଅଲ୍ଲ ଖାନଙ୍କୁ ଡକାଯାଇଥିଲା, ସମାନ ମାମଲାରେ ଶ୍ରଦ୍ଧା କପୁରଙ୍କୁ, ଦୀପିକା ପାଦୁକୋନଙ୍କୁ ମଧ୍ୟ ଡକାଯାଇଥିଲା। ସେହି ମାମଲାରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଡକାଯାଇଥିଲା। ଆଜି ପର୍ଯ୍ୟନ୍ତ ସେହି ମାମଲା ବନ୍ଦ ହେଉନାହିଁ କିମ୍ବା ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଉନାହିଁ। ୧୪ ମାସ ପର୍ଯ୍ୟନ୍ତ ମାମଲା ବନ୍ଦ ହୋଇନାହିଁ। ଏହି ମାମଲାରେ ହଜାର ହଜାର କୋଟି ଟଙ୍କା ଆଦାୟ କରାଯାଇଛି। ମାଲଦ୍ୱୀପରେ ଏହି ଟଙ୍କା ଆଦାୟ ହୋଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେ ଆହୁରି କହିଛନ୍ତି, ‘ଆମେ ଦୁଇଟି ଫଟୋ ଅପ୍‌ଲୋଡ କରିଛୁ, ଗୋଟିଏ ମାଲଦ୍ୱୀପ ଏବଂ ଗୋଟିଏ ଦୁବାଇର। ମାଲଦ୍ୱୀପ ବୁଲିବା ସହଜ ନୁହେଁ। ଯଦି ଏତେ ସଂଖ୍ୟକ ଲୋକ ଯିବେ ତେବେ ସେଠାରେ ୨୦ରୁ ୩୦ ଲକ୍ଷ ଖର୍ଚ୍ଚ ହେବ। ଏନସିବିର ଭିଜିଲାନ୍ସ ଦଳ ଏହାର ଅନୁସନ୍ଧାନ କରିବା ଉଚିତ୍।

ମଲିକ ହକିଛନ୍ତି, ‘ଲୁଇ ଭେଟାନଙ୍କ ଜୋତାର ମୂଲ୍ୟ ୨ ଲକ୍ଷ ଟଙ୍କା। ସମୀର ଏହି ଜୋତା ପିନ୍ଧନ୍ତି ଏବଂ ବାରମ୍ବାର ତାଙ୍କ ଜୋତା ବଦଳୁଛି।  ବରବରୀ ଶାର୍ଟର ଦାମ୍‌ ୫୦ ହଜାରରୁ ଆରମ୍ଭ ହୁଏ। ତାଙ୍କ ଟି-ସାର୍ଟର ମୂଲ୍ୟ ୩୦ ହଜାରରୁ ଆରମ୍ଭ ହେଉଛି। ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧନ୍ତି ତା’ର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟୋ ବୋଲି ନୱାବ ମଲିକ ଦାବି କରିଛନ୍ତି। ୱାଙ୍ଖଡେ ୨୫ ରୁ ୫୦ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପିନ୍ଧନ୍ତି ବୋଲି ସେ କହିଛନ୍ତି।’

ସେପଟେ ନୱାବଙ୍କ ଏହି ଅଭିଯୋଗରେ ସଫେଇ ରଖିଛନ୍ତି ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେ। ସେ କହିଛନ୍ତି, ମୋର ଦାମୀ, ପୋଷାକ, ଜୋତାକୁ ନେଇ ଅଯଥା ଗୁଜବ ସୃଷ୍ଟି କରାଯାଉଛି। ତାଙ୍କର(ନୱାବ ମଲିକ) କମ୍‌ ଜ୍ଞାନ ଅଛି, ସେ ଏସବୁ ବିଷୟରେ ଜାଣିବା ଉଚିତ ବୋଲି ସମୀର କହିଛନ୍ତି।

The post ‘୨ ଲକ୍ଷର ଜୋତାକୁ ୭୦ ହଜାରର ଶାର୍ଟ’, ଅଭିଯୋଗ ପରେ ଏମିତି କହିଲେ ୱାଙ୍ଖଡେ appeared first on Odisha Reporter.



from Odisha Reporter https://ift.tt/3jUgAkv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages