ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ, ଯାତ୍ରୀ ହଇରାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ, ଯାତ୍ରୀ ହଇରାଣ

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ଟିଟିଲାଗଡ଼-ସିକେର ଷ୍ଟେସନ ମଝିରେ ଅଟକିଛି ତପସ୍ୱିନୀ ଏକ୍ସପ୍ରେସ । ପଥର  ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରି ତାର ଛିଡ଼ି ଯିବାରୁ ତପସ୍ୱିନୀ ଏକ୍ସପ୍ରେସ ଅଟକି ଥିବା ସୂଚନା  ମିଳିଛି ।

ଏକ ଘରୋଇ କଂପାନୀ ରେଳ ଟ୍ରାକ୍ ନିକଟରେ କାମ କରୁଥିବା ବେଳେ ପଥର ବ୍ଲାଷ୍ଟିଂ ଯୋଗୁଁ  ଉଚ୍ଚ କ୍ଷମତା ସମ୍ପନ୍ନ ଲାଇନ୍ ଛିଣ୍ଡି ଯାଇଥିଲା । ଏହି ଲାଇନ୍‌ ତାର ସଂସ୍ପର୍ଶରେ ଆସିଲେ ଦୁର୍ଘଟଣା ଘଟିବା ଆଶଙ୍କାରେ ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ୍ । ଟ୍ରେନ୍‌ଟି ଦୀର୍ଘ ସମୟ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ  ଅଧିକାରୀମାନେ ଘଟଣାସ୍ଥଳରେ ଛିଣ୍ଡି ଯାଇଥିବା ତାରକୁ  ସଜାଡିବାକୁ ଉଦ୍ୟମ କରୁଛନ୍ତି  ।

ହଠାତ୍‌ ଜୋରରେ ଏକ ଶବ୍ଦ ହେବା ପରେ ଟ୍ରେନ୍‌ଟି ଅଟକି ଯାଇଥିଲା ।  ଟ୍ରେନ୍‌ଟି ଜଙ୍ଗଲ ମଝିରେ ଅଟକି ରହିଥିବାରୁ ଯାତ୍ରୀମାନେ ନାନା ହଇରାଣ ହେଉଛନ୍ତି ବୋଲି କହିଛନ୍ତି  ଜଣେ ଯାତ୍ରୀ।

The post ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ, ଯାତ୍ରୀ ହଇରାଣ appeared first on Odisha Reporter.



from Odisha Reporter https://ift.tt/31bVx6z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages