ଆବଶ୍ୟକ ସାମଗ୍ରୀ: କଞ୍ଚା କଦଳୀ, ଚାଉଳ ଚୂନା, ସିଝା ମୁଗ, ଛେନା, ଲୁଣ, ହଳଦୀ, ଗୁଡ଼, ଅଦା ଛେଚା ଓ ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀରୁ ଚୋପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ଅଳ୍ପ ପାଣି ଦେଇ କଞ୍ଚା କଦଳୀକୁ ଲୁଣ ଓ ହଳଦୀ ପକାଇ ସିଝାନ୍ତୁ। ଏହାପରେ ସିଝା ମୁଗରେ ଗୁଡ଼, ଛେନା,ଅଦା ଛେଚା ଓ ଗୋଲମରିଚ ଗୁଣ୍ଡକୁ ମିଶାଇ ପୁର ପ୍ରସ୍ତୁତ କରନ୍ତୁ ।
କଦଳୀ ସିଝି ଯିବା ପରେ ସେଥିରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଚାଉଳ ଚୂନାକୁ ଭଲ ଭାବେ ମିଶେଇ ଚକଟି ଦିଅନ୍ତୁ । ଏହାପରେ ଚୂନା ଓ କଦଳୀ ଚକଟାକୁ ଗୋଲ ଗୋଲ ଆକାର କରି ସେଥିରେ ଛେନା ଓ ମୁଗର ପୁର ଦେଇ କାକରା ପିଠା ପରି ଗଢ଼ନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କାକରା ଗୁଡ଼ିକୁ ଛାଣନ୍ତୁ। କାକରା ଗୁଡିକ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଲାଲ ହୋଇଗଲା ପରେ ସେଗୁଡ଼ିକୁ ପ୍ଲେଟକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କଞ୍ଚା କଦଳୀ କାକରା।
The post କଞ୍ଚା କଦଳୀ କାକରା appeared first on Odisha Reporter.
from Odisha Reporter https://ift.tt/3I5fpJH
No comments:
Post a Comment